୩୧ ଯାଏ ୬ ପାସେଞ୍ଜର ବାତିଲ୍‌

ଭୁବନେଶ୍ବର : କୋଭିଡ-୧୯ ସଂକ୍ରମଣ ଓ ଯାତ୍ରୀ ନ ହେବା କାରଣରୁ ଅଗଷ୍ଟ ୨୩ରୁ ୩୧ ଯାଏ ୬ଟି ସ୍ବତନ୍ତ୍ର ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି। ସେଗୁଡ଼ିକ ହେଲା ପୁରୀ-କଟକ-ପୁରୀ ଟ୍ରେନ(୦୮୪୩୨/୦୮୪୩୧), ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଟ୍ରେନ(୦୮୪୯୩/୦୮୪୯୪), ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ଟ୍ରେନ(୦୮୪୧୨/୦୮୪୧୧), କଟକ-ଭଦ୍ରକ-କଟକ ଟ୍ରେନ(୦୮୪୩୮/୦୮୪୩୭), କଟକ-ପାରାଦୀପ-କଟକ ଟ୍ରେନ(୦୮୪୬୧/୦୮୪୬୨), କଟକ-ଭଦ୍ରକ-କଟକ ଟ୍ରେନ(୦୮୪୫୪/୦୮୪୫୩)।

ଅଗଷ୍ଟ ୨୮ରୁ ୩୦ ପର୍ଯ୍ୟନ୍ତ ବାତିଲ୍‌ ହେବାକୁ ଥିବା ଟ୍ରେନ୍‌ଗୁଡ଼ିକ ହେଲା ପୁରୀ-ଅନୁଗୁଳ-ପୁରୀ ଟ୍ରେନ(୦୮୪୨୮/୦୮୪୨୭), ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଟ୍ରେନ(୦୮୪୩୩/୦୮୪୩୪), ଭୁବନେଶ୍ୱର-ବାଙ୍ଗିରିପୋଷି-ଭୁବନେଶ୍ୱର ଟ୍ରେନ(୦୨୮୯୨/୦୨୮୯୧), ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଟ୍ରେନ (୦୮୪୫୬/୦୮୪୫୫), ପୁରୀ-ପାରାଦୀପ-ପୁରୀ ଟ୍ରେନ (୦୮୪୧୪/୦୮୪୧୩), ପୁରୀ-ଗୁଣୁପୁର-ପୁରୀ ଟ୍ରେନ (୦୮୪୧୪/୦୮୪୧୩)। ପୁରୀ-ଅନୁଗୁଳ-ପୁରୀ ଟ୍ରେନ (୦୮୪୨୮/୦୮୪୨୭) ଉଭୟ ଦିଗରୁ ଅଗଷ୍ଟ ୨୩ରୁ ୨୭ ଏବଂ ଅଗଷ୍ଟ ୩୧ରେ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍ ରହିବ ଏବଂ ଉଭୟ ଦିଗରୁ ତାଳଚେର ଓ ପୁରୀ ମଧ୍ୟରେ ଚଳାଚଳ କରିବ। ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍(୦୮୪୫୬/୦୮୪୫୫) ଅଗଷ୍ଟ ୨୩ରୁ ୨୭ ଏବଂ ଅଗଷ୍ଟ ୩୧ରେ ଉଭୟ ଦିଗରୁ ପୁନଃପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ କୋଭିଡ୍‌-୧୯ ସଂକ୍ରମଣକୁ ସୀମିତ ରଖିବା ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାକୁ ହ୍ରାସ କରାଯାଇଥିଲା।

ସମ୍ବନ୍ଧିତ ଖବର