ମଧ୍ୟପ୍ରଦେଶ: ମହିଳା ପୁଲିସ କନଷ୍ଟେବଳଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ସରକାରଙ୍କ ଅନୁମତି

ଭୋପାଳ : ଜଣେ ମହିଳା ପୁଲିସ କନଷ୍ଟେବଳଙ୍କ ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନକୁ ଆଜି ମଧ୍ୟପ୍ରଦେଶ ସରକାର ମଂଜୁରି ଦେଇଥିବା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ରାଜେଶ ରାଜୋରା କହିଛନ୍ତି। ମଧ୍ୟପ୍ରଦେଶରେ ଏହା ହେଉଛି ପ୍ରଥମ ମାମଲା ଯେଉଁଠାରେ ଜଣେ ସରକାରୀ କର୍ମଚାରୀଙ୍କୁ ଲିଙ୍ଗ ପରିବର୍ତ୍ତନ ପାଇଁ ଆନୁଷ୍ଠାନିକ ଅନୁମତି ଦିଆଯାଇଛି ବୋଲି ସେ କହିଛନ୍ତି। ୨୦୧୯ ରେ ଲିଙ୍ଗ ପରିବର୍ତ୍ତନ ସହ ଜଡିତ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ସହିତ ଏକ ଲିଖିତ ଆବେଦନପତ୍ରରେ ଜଣେ ମହିଳା ପୁଲିସ କନଷ୍ଟେବଳ ତାଙ୍କ ଲିଙ୍ଗ ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ।

ସମ୍ବନ୍ଧିତ ଖବର