ମା’ଙ୍କ ଯତ୍ନ ନେଇ ପରିବାରରେ ମହାଭାରତ; ସାନଭାଇର ମାଡରେ ବଡଭାଇଙ୍କ ମୃତ୍ୟୁ, ୩ ଆହତ

ଉମରକୋଟ: ଜନ୍ମଦାତ୍ରୀ ମା’ଙ୍କ ଯତ୍ନ ନେଇ ଗୋଟିଏ ପରିବାରରେ ମହାଭାରତ ସୃଷ୍ଟି ହୋଇଛି। ସାନଭାଇର ମାଡ଼ରେ ଭଡ଼ଭାଇଙ୍କ ମୃତ୍ୟୁ। ଏହି ଆକ୍ରମଣ ଘଟଣାରେ ‌ପରିବାରର ୩ ଜଣ ଆହତ ହୋଇଥିବା ଜଣାଯାଇଛି। ନବରଂଗପୁର ଜିଲ୍ଲା ଉମରକୋଟ ସହରର କୁସୁମଗୁଡ଼ସାହିର ଝୋରି ଗାରୋଡ଼ରେ ଏହି ଅଭାବନୀୟ ଘଟଣା ଦେଖିବକୁ ମିଳିଛି।

ସୂଚନା ଅନୁଯାୟୀ ସନାତନ ବେହେରା, ବିଦ୍ୟାଧର ବେହେରା ଓ ପେନ୍ଦ୍ରା ବେହେରା ୩ ଭାଇ। ବହୁ ବର୍ଷ ତଳେ ବାପାଙ୍କର ମୃତ୍ୟୁ ଘଟିଥିଲା। ବିଧବା ମା’ ଆପି ବେହେରା ଥିବା ସବୁ ଜମୀ ସମ୍ପତ୍ତିକୁ ୩ ଭାଇଙ୍କ ଭିତରେ ସମାନ ଭାବରେ ବଣ୍ଟନ କରିଦେଇଥିଲେ। ମା କୁଡିଆ ଘରକୁ ନିଜ ନାତି ତଥା ସନାତନଙ୍କ ବଡଭାଇର ପୁଅକୁ ଭଡ଼ାରେ ଦେଇ ସାନପୁଅ ପେଣ୍ଡ୍ରାଙ୍କ ଘରେ ରହୁଥିଲେ। ଗତ ୨୬ ତାରିଖ ରାତି ହଠାତ ମା’ଙ୍କ ଉପରେ ପେଣ୍ଡ୍ରା ଓ ତାର ସ୍ତ୍ରୀ ଓ ପିଲା ମାନେ ଆକ୍ରମଣ କରି ମା’ଙ୍କ ସବୁ ସାମଗ୍ରୀକୁ ଘରୁ ଫିଙ୍ଗି ଦେଇଥିଲେ ଓ ଘରୁ ତଡ଼ି ଦେଇଥିଲେ। ମା’ ରାତି ନାତିଙ୍କ ଘରକୁ ଆସି ତୁରନ୍ତ ଘରକୁ ଛାଡିବା ପାଇଁ ଜିଦ୍‌ କରିଥିଲେ। ଏତେ ରାତିରେ କୁଆଡେ ଯିବି ବୋଲି ଅମଙ୍ଗ ହେଇଥିଲେ ।

ଏହାପରେ ଆରମ୍ଭ ହେଲା ଖଣ୍ଡ ଯୁଦ୍ଧ। ସନାତନ ବେହେରା ଓ ପୁଅର ପାରିବାର ଆସି ପେଣ୍ଡ୍ରାଙ୍କ ଘରେ ପହଞ୍ଚି ମା’ଙ୍କ ପ୍ରତି ହେଇଥିବା ଅନ୍ୟାୟକୁ ପ୍ରତିବାଦ କରି ପାଟି ତୁଣ୍ଡ କରିଥିଲେ । ଏହି ସମୟରେ ପେଂଦ୍ରା ବେହେରା ଓ ତା ର ପୁଅ ଷ୍ଟିଲ ରୋଡ଼ ରେ ଆକ୍ରମଣ କରିଥିଲେ। ଫଳରେ ସନାତନ ବେହେର।, ତାଙ୍କ ସ୍ତ୍ରୀ ଝୁନି ବେହେରା, ସନାତନଙ୍କ ପୁଅ ପ୍ରଶାନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ତେଣୁ ପ୍ରଭ। ବେହେରାଙ୍କୁ ପ୍ରବଳ ମୁଣ୍ଡରେ ଆଘାତ ଲାଗିଛି। ପ୍ରଥମେ ୪ ଜଣ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଇଥିଲେ। ରେଣୁ ପ୍ରଭା ବେହେରା ଚିକିତ୍ସିତ ହେବା ପରେ ଘରକୁ ପଳାଇ ଆସିଥିଲେ। କିନ୍ତୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସନାତନ, ସ୍ତ୍ରୀ ଝୁନୀ ଓ ପ୍ରଶାନ୍ତଙ୍କୁ ନବରଙ୍ଗପୁର ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲ। ଉମରକୋଟ ପୁଲିସ ପେଣ୍ଡ୍ରା ବେହେରା ଓ ତା ପୁଅ ଶୁଭମ୍ ବେହେରାଙ୍କୁ ଥାନାରେ ଅଟକ ରଖିଛି।

ସମ୍ବନ୍ଧିତ ଖବର