୨ୟ ଦିନିକିଆ : ଆରମ୍ଭରୁ ୩ଟି ଓ୍ବିକେଟ୍ ହରାଇବା ପରେ ସ୍ଥିତି ସୁଧାରିଲେ ରାହୁଲ, ସୂର୍ଯ୍ୟକୁମାର

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ ଓ୍ବେଷ୍ଟଇଣ୍ଡିଜ ୨ୟ ଦିନିକିଆରେ ଭାରତ ଆରମ୍ଭରୁ ୩ଟି ଓ୍ବିକେଟ ହରାଇ ସଂଘର୍ଷ କରୁଛି । ସର୍ବଶେଷ ସୂଚନା ଅନୁସାରେ, ଭାରତ ୨୬ ଓଭରରେ ୩ ଓ୍ବିକେଟ ହରାଇ ୯୭ ରନ କରିଛି ।

ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କୁ ମାତ୍ର ୫ ରନରେ ହରାଇଥିଲେ । ପରେ ଋଷଭ ପନ୍ତ ଓ ବିରାଟ କୋହଲି ୧୮ ରନ ଲେଖାଁ କରି ଆଉଟ୍ ହୋଇଥିଲେ । ତେବେ କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ସତର୍କତାର ସହ ବ୍ୟାଟିଂ ଜାରି ରଖିଛନ୍ତି । ରାହୁଲ ଏବେ ୨୮ ରନ କରି ଓ ସୂର୍ଯ୍ୟକୁମାର ୨୪ ରନ କରି ଅପରାଜିତ ଅଛନ୍ତି । ଇଣ୍ଡିଜ ପକ୍ଷରୁ ଓଡିଆନ ସ୍ମିଥ ୨ଟି ଓ କେମାର ରୋଚ୍ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ଓ୍ବେଷ୍ଟ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଫଳରେ ଭାରତ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ ଜିତିଲେ ଭାରତ ସିରଜ ଉପରେ କବଜା କରିପାରିବ । ୩ୟ ମ୍ୟାଚଟି ଆସନ୍ତା ୧୧ ତାରିଖରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

ସମ୍ବନ୍ଧିତ ଖବର