ଗଛ କାଟିବା ବେଳେ ଅଘଟଣ: ଡ଼ାଳ ଭାଙ୍ଗି ଗଛ କଟାଳିଙ୍କ  ମୃତ୍ୟୁ

ଡାବୁଗାଁ: ଏକ ବିପଦ ସଙ୍କୁଳ ତେନ୍ତୁଳି ଗଛ କୁ କାଟିବା ସମୟରେ ଦୁର୍ଭାଗ୍ୟ ପୂର୍ଣ୍ଣ ଭାବେ ଜଣେ ଗଛ କଟାଳି ଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ନନ୍ଦପୁରା ଗ୍ରାମରେ ଏହି ଅଘଟଣା ଆଜି ଦିନ ୧୧ ଘଣ୍ଟ ସମୟରେ ଘଟିଛି।  ମୃତ ବ୍ୟେକ୍ତି ଜଣଙ୍କ ଧୋଡରା ଗ୍ରାମ ର ସନାଧର ଭତରା (୪୬)  ବୋଲି ଜଣା ପଡିଛି। ଖବର ପାଇ ଡାବୁଗାଁ ପୋଲିସ ଶବ ଜବତ କରି ୦୮/୨୨ ରେ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ନନ୍ଦପୁରା ଗ୍ରାମରେ ଶନିବାର ପୂର୍ବତନ ନନ୍ଦପୁରା ପଞ୍ଚାୟତ ସରପଞ୍ଚ ଗୁରୁବାରୁ ପୂଜାରୀ ଙ୍କ ଘର ଉପରେ ଯାଇଥିବା ଏକ ବିପଦ ସଙ୍କୁଳ ତେନ୍ତୁଳି ଗଛ କୁ କାଟିବା ପାଇଁ ଧୋଡରା ଗ୍ରାମ ର ସନାଧର ଭତରା ଙ୍କୁ ଡାକରା ହୋଇଥିଲା।

ସନାଧର ଭତରା ତାଙ୍କ କିଛି ସହକର୍ମୀ ସହ ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ହାତ କରତରେ ବିପଦ ସଙ୍କୁଳ ତେନ୍ତୁଳି ଗଛ କାଟିବା ସମୟରେ ଏକ ଡାଳ ଗଛ ଉପରେ ରହି କାଟୁ ଥିବା ସନାଧର ଭତରା ଉପରେ ପଡ଼ି ଯାଇଥିଲା। ଗଛ ଉପରେ ହିଁ ସନାଧରର ମୃତ୍ୟୁ ଘଟିଥିବା ବେଳେ ସନାଧର ର ଶବ ଝୁଲି ରହିଥିଲା। ଏହାପରେ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଉଦ୍ଧାର ପାଇଁ ଗ୍ରାମବାସୀ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଗଛ ଉପରୁ ମୃତ ସନାଧର ର ଶବ ଓହ୍ଲାଇ ଥିଲେ। ଖବର ପାଇ ଡାବୁଗାଁ ଥାନା ସୀଙ୍ଗିସାରି ଫାଣ୍ଡି ଅଧିକାରୀ ଏ ଏସ ଆଇ  କୁବେର ଦିଘାଲ ଶବ ଜବତ କରି ନଂ. ୦୮/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ମୃତ ସନାଧର ଭତରା ଏକ ଦିନ ମଜୁରିଆ ଥିବା ବେଳେ ଏପରି ଏକ ଅକସ୍ମାତ୍ ମୃତ୍ୟୁ ପରେ ଗରିବ ପରିବାରକୁ ପ୍ରଶାସନ ତରଫରୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧିତ ଖବର