ଆଇପିଏଲ : ପଂଜାବ ଆଗରେ ୧୪୪ରନର ବିଜୟ ଲକ୍ଷ୍ୟ ରଖିଲା ଗୁଜୁରାଟ

ମୁମ୍ବାଇ : ମୁମ୍ବାଇର ଡଃ ଡି.ଓ୍ବାଇ. ପାଟିଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୪୮ତମ ମ୍ୟାଚରେ ପଂଜାବ ଆଗରେ ୧୪୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଗୁଜୁରାଟ ।

ଏହି ମ୍ୟାଚରେ ଗୁଜୁରାଟ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ସାଇ ସୁଦର୍ଶନଙ୍କ ଅପରାଜିତ  ୬୫ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୩ ରନ କରିପାରିଥିଲା । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାକୁ ବିଫଳ ହେବାରୁ ଗୁଜୁରାଟ ଦଳର ରନ ଗତି ଧୀମେଇ ଯାଇଥିଲା ଓ ଦଳ ବଡ଼ ସ୍କୋର କରିବାକୁ ବିଫଳ ହୋଇଥିଲା । ଋଦ୍ଧିମାନ ଶାହା ୨୧ ରନ କରିଥିବାବେଳେ ଡେଭିଡ ମିଲର ଓ ରାହୁଲ ତେଓ୍ବାତିଆ ୧୧ ରନ ଲେଖାଏଁ କରିଥିଲେ । ପଂଜାବ ପକ୍ଷରୁ କାସିଗୋ ରବାଡା ୩୩ ରନ ଦେଇ ୪ଟି ଓ୍ବିକେଟ ନେଇଥିଲେ ।

ଚଳିତ ଥର ପ୍ରଥମ କରି ଆଇପିଏଲ ଖେଳୁଥିବା ଗୁଜୁରାଟ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳି  ୮ ବିଜୟ ସହ ୧୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ମାତ୍ର ପଂଜାବ ୯ଟି ମ୍ୟାଚ ଖେଳି ମାତ୍ର ୪ଟିରେ ବିଜୟ ହାସଲ କରି ୮ ପଏଣ୍ଟ ପାଇଛି ଓ ଟେବୁଲର ୮ମ ସ୍ଥାନରେ ରହିଛି ।

 

 

ସମ୍ବନ୍ଧିତ ଖବର