ଯୋଗୀଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ନିଲମ୍ବିତ ହେଲେ ୮ ଜଣ ପୁଲିସ କର୍ମୀ

ଲଖନଉ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି ଘଟଣାରେ ୮ ଜଣ ପୁଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି | ନିଲମ୍ବନ ହୋଇଥିବା ପୁଲିସ କର୍ମୀଙ୍କ ମଧ୍ୟରେ ଜଣେ ଇନ୍ସପେକ୍ଟରଙ୍କ ସମେତ ଜଣେ ସବ୍-ଇନ୍ସପେକ୍ଟର, ୪ ଜଣ କନଷ୍ଟେବଳ, ୨ ଜଣ ମହିଳା କନଷ୍ଟେବଳ ଅଛନ୍ତି। ମିଳିଥିବା ସୂଚନା ମୁତାବକ ଶନିବାର ଦିନ ଗୋରଖପୁରରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କାର କେଡ ଯାଉଥିବାବେଳେ ଏହା ଫସି ରହିଥିଲା |

ଆଉ ଗୋରଖପୁର ଏସଏସପି ଏହି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବାସ୍ତବରେ ଯୋଗୀ ଆଦିତ୍ୟନାଥ ଗୋରଖପୁର ବିମାନବନ୍ଦରରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବାକୁ ଯାଉଥିବାବେଳେ ଏହି ଅସୁବିଧା ଉପୁଜିଥିଲା | କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏସଏସପି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯୋଗୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସ୍ୱାଗତ କରିବାକୁ ଗୋରଖପୁର ବିମାନବନ୍ଦରକୁ ଯାଉଥିଲେ |

ଏହି ସମୟରେ ବିମାନ ବନ୍ଦର ଦ୍ୱାରରେ ଡ୍ୟୁଟିରେ ଥିବା ଆଠ ଜଣ ପୁଲିସ କର୍ମଚାରୀ ଅନ୍ୟ ଗାଡିଗୁଡ଼ିକୁ ଭୁଲ ଦିଗକୁ ଯିବାକୁ କହିଥିଲେ | ଯାହାଦ୍ୱାରା ଯୋଗୀଙ୍କ କାର କେଡ ସାମ୍ନାରେ ଅନ୍ୟ ଗାଡ଼ିଗୁଡ଼ିକ ଯାଇଥିଲା | ଯେଉଁଥିପାଇଁ ସିଏମ ଯୋଗୀଙ୍କ କାର କେଡ଼କୁ ବିମାନ ବନ୍ଦରରେ ପ୍ରବେଶ କରିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା | ଆଉ କାର୍ଯ୍ୟରେ ଅବହେଳାକୁ ଦୃଷ୍ଟିରେ ରଖି ଆଠ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି |

ସମ୍ବନ୍ଧିତ ଖବର