ସୁଞ୍ଜଓ୍ଵାନ ଆକ୍ରମଣ : ମିଳିଲା ଆଉ ଜଣେ ଯବାନଙ୍କ ମୃତ ଦେହ, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଜମ୍ମୁ : ଫେବ୍ରୁଆରି ୧୦ରେ ଜମ୍ମୁର ସୁଞ୍ଜଓ୍ଵାନ ସେନା କ୍ୟାମ୍ପରେ ହୋଇଥିବା ଆକ୍ରମଣରେ ମୃତକଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଆକ୍ରମଣ ହୋଇଥିବା ସ୍ଥାନରେ କ୍ଲିୟରାନ୍ସ ଅପରେସନ ଚାଲିଥିବା ବେଳେ ଆଉ ଜଣେ ଯବାନଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ବୋଲି ସେନାର ଜନସଂପର୍କ ଅଧିକାରୀ ଲେପ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦର ଆନନ୍ଦ କହିଛନ୍ତି।

ସୂଚନା ମୁତାବକ, ଫେବ୍ରୁଆରି ୧୦ ଶନିବାର ଦିନ ଲସ୍କର ଆତଙ୍କବାଦୀମାନେ ଅତର୍କିତ ଭାବେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ଜଣ ଯବାନଙ୍କ ସମେତ ଜଣେ ମୃତ ଯବାନଙ୍କ ବାପା ମୃତ୍ୟୁବରଣ କରିଥିବା ବେଳେ ଆକ୍ରମଣ କରିଥିବା ଜୈସ୍‌-ଇ-ମହମ୍ମଦ ସଂଗଠନର ୩ଜଣ ଆତଙ୍କବାଦୀ ନିହତ ହୋଇ ଥିଲେ । ପୂର୍ବରୁ ୬ଜଣ ଯବାନ ଏବଂ ୩ଜଣ ଆତଙ୍କବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ମଙ୍ଗଳବାର ଆଉ ଜଣେ ଯବାନଙ୍କ ମୃତ ଦେହ ମିଳିବା ସହ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଛି ।

Hindustan Times

ସହିଦ୍‌ ହୋଇଥିବା ୪ ଯବାନଙ୍କୁ ବିମାନବନ୍ଦରରେ ଆଜି ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଚଳି ଜଣାଇବା ପରେ ସେମାନଙ୍କୁ ଉଡ଼ାଜାହାଜ ଯୋଗେ ଶ୍ରୀନଗର ନିଆଯିବା ସହ ସେଠୁ ସେମାନଙ୍କ ଶେଷକୃତ୍ୟ ପାଇଁ ସେମାନଙ୍କ ଜନ୍ମସ୍ଥାନକୁ ନିଆଯିବ ବୋଲି ଲେପ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦର ଆନନ୍ଦ ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ୧୩ ଜଣ ଆହାତ ହୋଇ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର