ଲକ୍ଷ୍ମୀନୃସିଂହ କ୍ରିକେଟ୍‌: ମଞ୍ଚେଶ୍ୱର ବିଜେତା

କଟକ: ନିଆଳି ଏରଞ୍ଚଠାରେ ଶେଷ ହୋଇଥିବା ରାଜ୍ୟସ୍ତରୀୟ ଲକ୍ଷ୍ମୀନୃସିଂହ କ୍ରିକେଟ୍‌ ପ୍ରତିଯୋଗିତାରେ ମଞ୍ଚେଶ୍ୱର କ୍ରିକେଟ୍‌ କ୍ଲବ୍‌ ବିଜେତା ହୋଇଛି। ବୁଧବାର ଫାଇନାଲ୍‌ରେ ମଞ୍ଚେଶ୍ୱର ୬ ଓ୍ଵିକେଟରେ ଖୋର୍ଧାର ନଅପୁଟ କ୍ଲବ୍‌କୁ ପରାସ୍ତ କରିଥିଲା। ନଅପୁଟ ନିର୍ଧାରିତ ୨୦ ଓଭରରେ ୧୩୭ ରନ୍‌ କରିଥିଲା। ଜବାବରେ ମଞ୍ଚେଶ୍ୱର ୧୬ ଓଭରରେ ୪ ଓ୍ଵିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟୀ ଦଳର ଅଭୟ ମଲ୍ଲିକ ଅର୍ଧଶତକ ଅର୍ଜନ କରିଥିଲେ। ଅମିତାଭ ରାଉତ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ, ଅଭୟ ମଲ୍ଲିକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଜିଏସ୍‌ କାନୁନ୍‌ଗୋ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ ହୋଇଥିଲେ। ଦୀପକ ପାଢୀ ଓ ପ୍ରିୟବ୍ରତ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ଅଭିମନ୍ୟୁ ମଲ୍ଲିକ, ଭୂବନିଚରଣ ମହାପାତ୍ର, ଲାଲ୍‌ବାହାଦୂର ବିଶ୍ୱାଳ, ଦୁଃଶାସନ ସାହୁ, ବିପିନ୍‌ ମହାପାତ୍ର, ରମାକାନ୍ତ ମଲ୍ଲିକ, ସଂଗ୍ରାମ ମଲ୍ଲିକ, ବେଣୁ ଭୋଇ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର