ମାଦ୍ରାସାଗୁଡ଼ିକୁ ଆସୁଛି ହଜାର ହଜାର କୋଟିର ଗୁପ୍ତ ଅନୁଦାନ : ରିପୋର୍ଟ

ନୂଆଦିଲ୍ଲୀ : ମଦ୍ରାସାଗୁଡ଼ିକ ଉପରେ ସର୍ଭେ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଓ ତାପୂର୍ବରୁ ପରେ ମାଦ୍ରାସାଗୁଡ଼ିକ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏ ପରିପ୍ରେକ୍ଷୀରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିସନ (ଏନସିପିସିଆର) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ଯେ ମାଦ୍ରାସାଗୁଡ଼ିକୁ ବର୍ଷକୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ଅନୁଦାନ ଆସୁଛି । ତାହାର ଅଧା ଗୁପ୍ତ ଉତ୍ସରୁ ଆସୁଛି ।

ଏନସିପିସିଆର ରିପୋର୍ଟରେ ମଧ୍ୟ ଦର୍ଶାଯାଇଛି ଯେ ଆର୍ଥିକ ଅନୁଦାନ  ବୃଦ୍ଧି ସତ୍ତ୍ବେ ଏହି ମଦ୍ରାସାଗୁଡ଼ିକରେ ପିଲାମାନଙ୍କୁ ଖାଇବା ବାବଦ ଖର୍ଚ୍ଚରେ ୫୦ ପ୍ରତିଶତ ହ୍ରାସ ଘଟିଛି । ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଦେଶରେ ଥିବା ମାଦ୍ରାସାଗୁଡ଼ିକୁ ପ୍ରାୟ ୧୦ ହଜାର କୋଟି ଟଙ୍କା ଆର୍ଥିକ ସହାୟତା ଆସୁଛି । ଆହୁରି ଚିନ୍ତାଜନକ କଥା ହେଉଛି, ଏହି ପରିମାଣର ୫୦ ପ୍ରତିଶତ ‘ଗୁପ୍ତ ଉତ୍ସ’ରୁ ଆସୁଛି ।

ଏନସିପିସିଆର ମୁଖ୍ୟ ପ୍ରିୟଙ୍କ୍ କାନୋଙ୍ଗୋ କହିଛନ୍ତି ଯେ, ଆମର ରିପୋର୍ଟ କହୁଛି ଯେ ଧୀରେ ଧୀରେ ମାଦ୍ରାସାଗୁଡିକର ଆୟରେ ବୃଦ୍ଧି ଘଟିଛି । କିନ୍ତୁ ପିଲାମାନଙ୍କ ଖାଦ୍ୟରେ ଖର୍ଚ୍ଚରେ ୫୦ ପ୍ରତିଶତ ହ୍ରାସ ଘଟିଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଛାତ୍ରଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଛି । ପୁଣି ମାଦ୍ରାସାର ପାଠ୍ୟକ୍ରମ ଔରଙ୍ଗଜେବଙ୍କ ସମୟରୁ ବଦଳି ନାହିଁ । ଏହା ସ୍ପଷ୍ଟ ଯେ ମାଦ୍ରାସା ନାମରେ ବହୁ ଅର୍ଥ ଆସୁଛି, କିନ୍ତୁ ପିଲାମାନଙ୍କୁ ଯୋଗାଇବା ପାଇଁ ସେଗୁଡିକ ବ୍ୟବହାର କରାଯାଉ ନାହିଁ ।

 

ସମ୍ବନ୍ଧିତ ଖବର