ହୃଦୟର ରାଣୀ

ଗଲା ଗୁରୁବାର ଦିନ ଛୟାନବେ ବର୍ଷ ବୟସ୍କା ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ପରଲୋକ ସମ୍ବାଦ କେବଳ ବ୍ରିଟେନ୍‌ରେ ନୁହେଁ, ସମଗ୍ର ପୃଥିବୀରେ ଏକ ବିଷାଦ ସୃଷ୍ଟି କରିଛି। ସେ ଏହିଭଳି ଜଣେ ରାଣୀ ଥିଲେ; ଯାହାଙ୍କ ସକାଶେ ତାଙ୍କ ଦେଶର ନାମ ଉଲ୍ଲେଖ କରିବାର କୌଣସି ଆବଶ୍ୟକତା ନ ଥିଲା। ତାଙ୍କ ରାଜତ୍ବ କାଳ ଥିଲା ବ୍ରିଟିସ୍‌ ଇତିହାସରେ ଦୀର୍ଘତମ ଅର୍ଥାତ୍‌ ପ୍ରାୟ ସତୁରି ବର୍ଷ; ଯେଉଁ ଅବଧିରେ ପୃଥିବୀ ଯୁଗାନ୍ତକାରୀ ପରିବର୍ତ୍ତନମାନ ଦେଖିଥିଲା ଏବ˚ ତାଙ୍କ ଚକ୍ଷୁ ସମ୍ମୁଖରେ ଇତିହାସ ପୁସ୍ତକରେ ଅଧୢାୟ ପରେ ଅଧୢାୟ ଯୋଡ଼ି ହୋଇ ଚାଲିଥିଲା।

ଗୋଟିଏ ପଟେ ତାଙ୍କ ରାଜତ୍ବ କାଳରେ ତାଙ୍କ ଅଧୀନସ୍ଥ ବିଶାଳ ବ୍ରିଟିସ୍‌ ସାମ୍ରାଜ୍ୟର ସୂର୍ଯ୍ୟ ଅସ୍ତମିତ ହୋଇଥିଲା ଏବ˚ ତାହା କ୍ରମେ ସ˚କୋଚନ ମଧୢ ଦେଇ ଗତି କରି ପ୍ରଥମେ ଇ˚ଲାଣ୍ତ, ତା ପରେ ବ୍ରିଟେନ୍‌ ଏବ˚ ପରିଶେଷରେ ୟୁ.କେ.ରେ ପରିଣତ ହୋଇଥିଲା; କିନ୍ତୁ ଅନ୍ୟ ପଟେ କାନାଡା, ଅଷ୍ଟ୍ରେଲିଆ, ନିଉଜିଲାଣ୍ତ, ଫିଜି ଏବ˚ ବାହମାସ ଭଳି ପ୍ରାୟ ପନ୍ଦରଟି ପୂର୍ବତନ ବ୍ରିଟିସ୍‌ ଶାସନାଧୀନ ରାଷ୍ଟ୍ର ତାଙ୍କୁ ରାଣୀ ଏବ˚ ସର୍ବମୟ କର୍ତ୍ତ୍ରୀ ରୂପେ ସ୍ବୀକୃତି ଓ ସମ୍ମାନ ପ୍ରଦାନ କରି ଆସିଥିଲେ। ‘ଵିଲିଅମ ଦ କନ୍‌କରର‌୍‌’ ବା ‘ବିଜେତା ଵିଲିଅମ’ଙ୍କ ଠାରୁ ପଲ୍ଲବିତ ହୋଇଥିବା ବ୍ରିଟିସ୍‌ ରାଜ ବ˚ଶରେ ସେ ଥିଲେ ବୟାଳିଶତମ ଶାସନ ମୁଖ୍ୟ ଏବ˚ ରାଣୀମାନଙ୍କ ତାଲିକାରେ ଷଷ୍ଠ। ଵିନଷ୍ଟନ ଚର୍ଚ୍ଚିଲଙ୍କ ଠାରୁ ଆରମ୍ଭ କରି ଇ˚ଲାଣ୍ତର ସଦ୍ୟତମ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ପର୍ଯ୍ୟନ୍ତ ପନ୍ଦର ଜଣ ପ୍ରଧାନମନ୍ତ୍ରୀଙ୍କୁ ସେ ତାଙ୍କ ରାଜତ୍ବ କାଳରେ ନିଯୁକ୍ତି ପ୍ରଦାନ କରିଥିଲେ।

ଏହା ସତ ଯେ ଏଲିଜାବେଥ ଆଲେକଜାଣ୍ତର ମେରୀ ଵିଣ୍ତସର ନାମଧାରିଣୀ ଏହି ବାଳିକା ଅଗତ୍ୟା ରାଣୀ ଏଲିଜାବେଥ ଦ୍ବିତୀୟ ରୂପେ ଅଭିଷିକ୍ତ ହେବା ଥିଲା ଦୈବୀ ନିର୍ଦ୍ଦିଷ୍ଟ। ପ୍ରକାଶ ଥାଉ କି ରାଜା ପଞ୍ଚମ ଜର୍ଜଙ୍କ ଅନ୍ତେ ତାଙ୍କ ଜ୍ୟେଷ୍ଠ ପୁତ୍ର ଅଷ୍ଟମ ଏଡ୍‌ଵାର୍ଡ ୧୯୩୬ ମସିହା ଜାନୁଆରି ମାସରେ ବ୍ରିଟେନ୍‌ ରାଜସି˚ହାସନ ଆରୋହଣ କରିଥିଲେ ସିନା, ସେ ଥିଲେ ଅତ୍ୟନ୍ତ ଖିଆଲୀ ଏବ˚ ଅମନଯୋଗୀ। ଏପରିକି ତାରୁଣ୍ୟ କାଳରେ ତାଙ୍କର କତିପୟ ଉଚ୍ଛୃଙ୍ଖଳତା ତାଙ୍କ ପିତାଙ୍କୁ ଖୁବ୍‌ ବ୍ୟଥିତ ଏବ˚ ଚିନ୍ତାଗ୍ରସ୍ତ କରିଥିଲା।

ସି˚ହାସନାରୂଢ଼ ହେବାର ମାତ୍ର ବର୍ଷକ ମଧୢରେ ରାଜା ଅଷ୍ଟମ ଏଡ୍‌ଵାର୍ଡ ଜଣେ ଆମେରିକୀୟ ମହିଳାଙ୍କ ପ୍ରେମରେ ପଡ଼ି ଏବ˚ ତାଙ୍କୁ ବିବାହ କରିବାକୁ ଅଡ଼ି ବସି ସିି˚ହାସନ ପରିତ୍ୟାଗ କଲେ; ଯେଉଁ କାରଣରୁ ଅବଲୀଳା କ୍ରମେ ରାଜ-ପଦ ତାଙ୍କର କନିଷ୍ଠ ଭ୍ରାତା ଲଜ୍ଜାଶୀଳ ଏବ˚ କ୍ଷମତା-କୁଣ୍ଠ ଷଷ୍ଠ ଜର୍ଜଙ୍କ କୋଳରେ ପଡ଼ିଲା। ଏହି କାରଣରୁ ମାତ୍ର ଦଶ ବର୍ଷ ବୟସ୍କା ଏଲିଜାବେଥ ସହସା ଆନୁଷ୍ଠାନିକ ରୂପେ ବ୍ରିଟେନ୍‌ର ରାଜକୁମାରୀ ହୋଇ ଯାଇଥିଲେ। ସେହି ଦିନ ଏହି ସମ୍ବାଦ ଵିଣ୍ତସର ପ୍ରାସାଦରେ ପହଞ୍ଚିଲା ବେଳକୁ ସେ ସନ୍ତରଣ ପ୍ରଶିକ୍ଷଣ ନେଉଥିଲେ। ତେବେ ତାଙ୍କ ପିତା ରାଜା ଷଷ୍ଠ ଜର୍ଜଙ୍କ ମୃତ୍ୟୁ ଘଟିଲା ୧୯୫୨ ମସିହାରେ; ମାତ୍ର ଛପନ ବର୍ଷ ବୟସରେ। ତାଙ୍କର ରାଜତ୍ବ କାଳ ଥିଲା ଷୋହଳ ବର୍ଷ। କୁହାଯାଏ ଏକ ସ˚କ୍ଷିପ୍ତ ଅସୁସ୍ଥତା ପରେ ଆରୋଗ୍ୟ ଲାଭ କରିଥିବା ରାଜା ଯେଉଁ ସକାଳେ ଚିତ୍ତ ବିନୋଦନ ସକାଶେ ଠେକୁଆ ଶିକାରରେ ବାହାରିଥିଲେ, ସେହି ରାତ୍ରିରେ ବିଛଣାରେ ସେ ଅନ୍ତିମ ନିଦ୍ରା ଗଲେ। ସେହି ସମୟରେ ଆଫ୍ରିକୀୟ ରାଷ୍ଟ୍ର କେନିଆ ପରିଭ୍ରମଣରେ ଥିବା ୨୬ ବର୍ଷ ବୟସ୍କା ଏଲିଜାବେଥ ଷଷ୍ଠ ଜର୍ଜଙ୍କ ଜ୍ୟେଷ୍ଠା କନ୍ୟା ଭାବେ ବ୍ରିଟେନ୍‌ର ରାଣୀରେ ପରିଣତ ହେଲେ।
୧୯୪୪ ମସିହା ବେଳକୁ ୧୮ ବର୍ଷ ବୟସ୍କା ଏଳିଜାବେଥ ପ୍ରିନ୍‌ସ ଫିଲିପ୍‌ଙ୍କ ସ˚ସ୍ପର୍ଶରେ ଆସି ସାରିଥିଲେ।

ପ୍ରିନ୍‌ସ ଫିଲିପ୍‌ ଥିଲେ ରାଜ ବ˚ଶଜ; ଗ୍ରୀସ୍‌ର ବିତାଡ଼ିତ ରାଜାଙ୍କ ପୁତୁରା, କିନ୍ତୁ ଦରିଦ୍ର। ସୁତରା˚, ଏଲିଜାବେଥଙ୍କ ସହିତ ବିବାହାଶାୟୀ ପ୍ରାୟ ଏକ ଡଜନ ସରିକି କୁଳୀନ କୁମାରଙ୍କ ସମକ୍ଷରେ ପ୍ରିନ୍‌ସ ଫିଲିପ୍‌ ଥିଲେ ଜଣେ ଦୁର୍ବଳ ପ୍ରାର୍ଥୀ, ଯାହାଙ୍କୁ ନିଜ କନ୍ୟା ଅର୍ପଣ କରିବାକୁ ଷଷ୍ଠ ଜର୍ଜ କୁଣ୍ଠିତ ଥିଲେ। କଥିତ ଅଛି ଯେ ଫିଲିପଙ୍କ ଫଟା ଜୋତା ବା ଶସ୍ତା ପୋଷାକ ବକି˚ହାମ ପ୍ରାସାଦର ରାଜ-ପରିଚାରକଙ୍କ ମଧୢରେ କୁଆଡ଼େ ପରିହାସର ପାତ୍ର ହୋଇ ପଡ଼ିଥିଲା। କିନ୍ତୁ ପ୍ରିନ୍‌ସ ଫିଲିପଙ୍କ ପ୍ରସ୍ତାବକୁ ଗ୍ରହଣ କରି ଏଲିଜାବେଥ ତାଙ୍କୁ ବିବାହ କରିଥିଲେ, ଯାହା ଏକ ଅତ୍ୟନ୍ତ ସଫଳ ଦା˚ପତ୍ୟ ସ˚ପର୍କର ଦୃଷ୍ଟାନ୍ତ ଥିଲା। ତେବେ, ପରବର୍ତ୍ତୀ କାଳରେ ବ୍ରିଟିସ୍‌ ରାଜ ପରିବାରର ଶୋଣିତ ପ୍ରଗାଢ଼ତା ହରାଇବା‌ ଅଥବା ତାର କୌଳିନ୍ୟ କ୍ଷୁଣ୍ଣ ହେବା ଭଳି କେତେକ ଘଟଣା ତାଙ୍କୁ ବ୍ୟଥିତ କରିଥିଲା: ଉଦାହରଣ ସ୍ବରୂପ ତାଙ୍କ ପୁତ୍ର ପ୍ରିନ୍‌ସ ଚାର୍ଲସ (ବର୍ତ୍ତମାନ ରାଣୀଙ୍କ ବିୟୋଗରେ ସେ ରାଜା ତୃତୀୟ ଚାର୍ଲସ) ରାଜକୁମାରୀ ଡାଏନାଙ୍କ ସହିତ ବିବାହର ପରିସମାପ୍ତି ଘଟାଇ କାମିଲା ପାର୍କର ବୋଏଲ୍‌ସଙ୍କ ଭଳି ସାଧାରଣ ପରିବାରର ମହିଳାଙ୍କୁ ବିବାହ କରିବା ଅଥବା ତାଙ୍କ ପୌତ୍ର ରାଜକୁମାର ଵିଲିଅମ କ୍ୟାଥେରିନ ମିଡଲଟନଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବା।

କେବଳ ସେତିକି ନୁହେଁ, ବିବାହ-ବିଚ୍ଛେଦର ଘୋର ବିରୋଧୀ ରାଣୀଙ୍କ ସକାଶେ ଚାର୍ଲସ ଏବ˚ ଡାଏନାଙ୍କ ବିଫଳ ବିବାହ ଅତ୍ୟନ୍ତ ଦୁଃଖଦାୟକ ଥିଲା। ସେହି ସମୟରେ ରୁପର୍ଟ ମୁର୍ଡୋକଙ୍କ ଟାବଲଏଡ୍‌ ‘ଦ ସନ୍‌’ ବକି˚ହାମ ପ୍ରାସାଦର ଗୁମର ଉଦ୍‌ଘାଟନ କଲା ଭଳି ପ୍ରକାଶ କରି ଚାଲିଥିବା ଅସ୍ବସ୍ତିକର ‘ଗସିପ୍‌’ ବା ଗୁଲି-ଗପମାନ ରାଣୀଙ୍କ ଠାରେ ଅନେକ ସମୟରେ ଘୋର ମର୍ମଦାହ ସୃଷ୍ଟି କରୁଥିଲା। ଗଲା ବର୍ଷ ଅନେଶ୍ବତ ବର୍ଷ ବୟସରେ ପ୍ରିନ୍‌ସ ଫିଲିପଙ୍କୁ ହରାଇବା ମଧ୍ୟ ଥିଲା ତାଙ୍କ ଲାଗି ଏକ ଦାରୁଣ ଧକ୍କା।

ସ୍ବଳ୍ପଭାଷୀ ଏଲିଜାବେଥ୍‌ ଦ୍ବିତୀୟ ସର୍ବଦା ଅତ୍ୟନ୍ତ ସ˚ଭ୍ରମ ଆଚରଣ ପ୍ରଦର୍ଶନ କରି ଶେଷ ପର୍ଯ୍ୟନ୍ତ ବିବାଦ ମୁକ୍ତ ହୋଇ ରହି ପାରିଥିଲେ। କିନ୍ତୁ ରାଣୀସୁଲଭ ସ˚ଭ୍ରମ-ଗାମ୍ଭୀର୍ଯ୍ୟ ଅନ୍ତରାଳରେ ଥିବା ତାଙ୍କ ନିଭୃତ ବ୍ୟକ୍ତଗତ ଜୀବନରେ ସେ ଯେ ଥିଲେ ଖୁସ୍‌-ମେଜାଜିଆ, ତାହା କେବଳ ତାଙ୍କ ନିକଟତମ ମହଲ ହିଁ ଜାଣିଥିଲେ। ‘ଦ ଗାର୍ଡିଆନ୍‌’ରେ ପ୍ରକାଶିତ ଶୋକ-ଲେଖରେ ବର୍ଣ୍ଣିତ ହୋଇଛି କିଭଳି ଦ୍ବିତୀୟ ବିଶ୍ବଯୁଦ୍ଧରେ ମିଳିତ ସେନାର ବିଜୟ ପରେ ଉତ୍ସବମୁଖର ଲଣ୍ତନରେ ସାଧାରଣ ନାଗରିକଙ୍କ ସହିତ ଉଲ୍ଲାସରେ ଲୀନ ହେବା ଲାଗି ରାଜକୁମାରୀ ଏଲିଜାବେଥ ଏବ˚ ତାଙ୍କ ଭଉଣୀ ମାର୍ଗାରେଟ୍‌ ସନ୍ତର୍ପଣରେ ରାଜପ୍ରାସାଦରୁ ବାହାରି ଯାଇଥିଲେ।

କିନ୍ତୁ ଏ ସଂପର୍କରେ ଅବଗତ ନ ଥିବା ତାଙ୍କ ପିତା ରାଜା ଷଷ୍ଠ ଜର୍ଜ ରାଜୋଚିତ ଆଚରଣ ଦାୟରେ ତାଙ୍କ କନ୍ୟା ଦ୍ବୟ ଏଭଳି ଆନନ୍ଦାନୁଭୂତିରୁ ବ˚ଚିତ ହୋଇଛନ୍ତି ବୋଲି ଧରି ନେଇ ଏକ ଓଜନିଆ ହୃଦୟରେ ନିଜ ଡାଇରିରେ ଲେଖିଥିଲେ- ବିଚାରୀ, ମୋ ଝିଅମାନେ! କିନ୍ତୁ ପରେ ସହାସ୍ୟ ବଦନା ରାଣୀ ସ୍ବୀକାର କରିଥିଲେ ଯେ ମୁଣ୍ତରେ ପିନ୍ଧିଥିବା ଟୋପିକୁ ମୁହଁ ଉପରକୁ ଟାଣି ଉଭୟ ଏଲିଜାବେଥ ଏବ˚ ମାର୍ଗାରେଟ୍‌ ସମସ୍ତଙ୍କ ଅଲକ୍ଷ୍ୟରେ ପିକାଡେଲି ଛକରେ ଲୋକଙ୍କ ସ୍ବତଃସ୍ଫୂର୍ତ୍ତ ନୃତ୍ୟରେ ମଗ୍ନ ହୋଇଯାଇଥିଲେ।

ରାଣୀ ଏଲିଜାବେଥ ତାଙ୍କ ଜୀବନ କାଳରେ ଅନେକ ଯୁଗାନ୍ତକାରୀ ଆନ୍ଦୋଳନ, ବିପ୍ଳବ ଏବ˚ ପରିବର୍ତ୍ତନ ଦେଖିଥିଲେ। ସେ ଥିଲେ ଟେଲିଗ୍ରାଫ୍‌ ମାଧୢମରେ ବାର୍ତ୍ତ ପ୍ରେରଣ କରିଥିବା ଅନ୍ତିମ ଏବ˚ ଟ୍ବିଟ୍‌ କରିଥିବା ପ୍ରଥମ ବ୍ରିଟିସ୍‌ ରାଣୀ। କହିବା ନିଷ୍ପ୍ରୟୋଜନ ଯେ ସେ ସର୍ବଦା ଜଣେ ଶିଷ୍ଟ, ସ୍ନେହୀ ଏବ˚ କମନୀୟ ଚେହେରା ରୂପେ ସ୍ମରଣରେ ରହିବେ। ଏକଦା ଲର୍ଡ ଜନ୍‌ ବଏଡ୍‌ କହିବା ଶୁଣାଯାଇଥିଲା ଯେ ସବା ଶେଷରେ ପୃଥିବୀରେ ମାତ୍ର ପାଞ୍ଚଟି ରାଜପଦ ବଞ୍ଚି ରହିିବ; ଯହିଁରୁ ଚାରିଟି ରହିବ ତାସ ମୁଠାରେ ଏବ˚ ଗୋଟିଏ ଇ˚ଲାଣ୍ତରେ। ପର˚ପରାକୁ ଅତ୍ୟନ୍ତ ସମ୍ମାନ ପ୍ରଦାନ କରୁଥିବା ବ୍ରିଟିସ୍‌ ଜାତି ଏହାକୁ ସତ୍ୟରେ ପରିଣତ କରିବ ନିଶ୍ଚୟ। କିନ୍ତୁ ଦୀର୍ଘ ସାତ ଦଶନ୍ଧି ଧରି ପ୍ରତିଭାତ ହୋଇ ଆସୁଥିବା ଏଲିଜାବେଥ୍‌ ଦ୍ବିତୀୟଙ୍କ ଚେହେରା ନୂତନ ରାଜାଙ୍କ ଉପସ୍ଥିତିରେ ମଧୢ ହଠାତ୍‌ ମାନସପଟରୁ ଅନ୍ତର୍ହିତ ହୋଇଯିବ ନାହିଁ। ଅବଶ୍ୟ ଏହା ସତ ଯେ ତାଙ୍କ ପୂର୍ବବର୍ତ୍ତୀ ରାଣୀ ଭିକ୍ଟୋରିଆଙ୍କ ଭଳି ତାଙ୍କ ନାମରେ ଏକ ଯୁଗର ବର୍ଣ୍ଣନା ଇତିହାସରେ ଲିପିବଦ୍ଧ ହୋଇ ରହିବ ନାହିଁ, କିନ୍ତୁ ତାଙ୍କ ଚେହେରା ବ୍ରିଟେନ୍‌ର ମାନସ ପଟଳରେ ଦୀର୍ଘ କାଳ ଅମ୍ଳାନ ହୋଇ ରହିଯିବ; କାରଣ ଇତିମଧୢରେ ସେ ହୋଇ ଯାଇଥିଲେ ବ୍ରିଟେନ୍‌ ଜନ ହୃଦୟର ରାଣୀ।

ସମ୍ବନ୍ଧିତ ଖବର