ଡୁ ଫ୍ରେଣ୍ଡ୍ସ କପ୍‌ ଶେଖର ସ୍ପୋର୍ଟିଂ ବିଜୟୀ 

ଭୁବନେଶ୍ୱର: ଚଣ୍ଡିଖୋଲରେ ଚାଲିଥିବା ଡୁ ଫ୍ରେଣ୍ଡ୍ସ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଭୁବନେଶ୍ୱରର ଶେଖର ସ୍ପୋର୍ଟିଂ ବିଜୟୀ ହୋଇଛି। ସୋମବାର ମ୍ୟାଚ୍‌ରେ ଶେଖର ସ୍ପୋର୍ଟିଂ ୨ ଓ୍ଵିକେଟ୍‌ରେ ଖୋର୍ଧା ରେଳବାଇକୁ ପରାସ୍ତ କରିଛି। ରେଳବାଇ ଦଳ ନିର୍ଧାରିତ ୨୫ ଓଭରରେ ୨୩୪/୯ କରିଥିଲା। ସତ୍ୟରଂଜନ ସେନାପତି ୫୭ ଓ ଶୁଭ୍ରାଂଶୁ ସାମଲ ୪୪ ରନ୍‌ କରିଥିଲେ। ମାନସ ମହାପାତ୍ର ୩ ଏବଂ ପ୍ରଭୁ ପ୍ରସାଦ ସାମନ୍ତରାୟ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଶେଖର ସ୍ପୋର୍ଟିଂ ୨୩.୪ ଓଭରରେ ୮ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ଆଶିଷ ପ୍ରଧାନ ୫୩, ବିକି ଦିଗଲ ୩୨ ଏବଂ ସିଦ୍ଧାନ୍ତ ଜେନା ୩୦ ରନ୍‌ କରିଥିଲେ। ରେଳବାଇର ଶୁବନ୍ଦନ ବାରିକ ୩ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର