ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ଆକଳନ ଆରମ୍ଭ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିସନର ତଥା ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୩୧୧୫ ତା. ୧୭.୧୦.୨୦୨୨ ରିଖ ଅନୁଯାୟୀ ଶିକ୍ଷଣ ପରିପୂରଣ କାଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିା ଏହି କାଯ୍ୟକ୍ରମ ଚଳିତ ମାସ ୧୧ ତାରିଖଠାରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛିା ଏହି କାଯ୍ୟକ୍ରମ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟା ୫୦ଟି କାର୍ଯ୍ୟ ଦିବସ ସମ୍ବଳିତ ଏହି କାର୍ଯ୍ୟକ୍ରମରେ ଗଣିତ, ଇଂରାଜୀ, ବିଜ୍ଞାନ ଏବଂ ଓଡିଆ (କେବଳ ତୃତୀୟ ଶ୍ରେଣୀ ପାଇଁ) ବିଷୟର ଅଭ୍ୟାସ କାର୍ଯ୍ୟ ପୁସ୍ତିକା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛିା ଏଥି ନିମନ୍ତେ ଦିବସ ଅନୁଯାୟୀ କାର୍ଯ୍ୟସୂଚୀ ଶିକ୍ଷକମାନଙ୍କୁ ତାଲିମ ପଦାନ କରାଯାଇଛିା ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭିକମାନ ନିର୍ଦ୍ଧାରଣ  କରାଯାଇଛିା

ଏହା ଏକ ସମୟଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କର ଶତପ୍ରତିଶତ ଉପସ୍ଥାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମସ୍ତ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛିା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ କ୍ଲଷ୍ଟର ସ୍ତରରେ ତଦାରଖ ପାଇଁ ମନୋନୀତ ସଂସ୍ଥା ଦ୍ୱାରା ଏବଂ ୱେବପୋର୍ଟାଲ ଓ ମୋବାଇଲ ଆପ୍‌ର ବ୍ୟବହାର କରାଯାଉଛିା ଏହାର ସଠିକ ବ୍ୟବହାର ନିମନ୍ତେ ଜିଲ୍ଲା ସ୍ତରର ଅଧିକାରୀ ତଥା ସଂଯୋଜକମାନଙ୍କୁ ତାଲିମ ଦିଆଯାଇଛିା

ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ଅବଗତି ନିମନ୍ତେ ପିଟିଏ ଏବଂ ଏସ୍‌ଏମ୍‌ସି ବୈଠକର ଆଝୟାଜନ କରିବାକୁ ପରାମର୍ଶ ଦିଆଯାଇଛିା ଏହି କାର୍ଯ୍ୟକ୍ରମର ଅଗ୍ରଗତି ଜିଲ୍ଲା ସ୍ତରର ଡିଆରଏମ୍‌ ବୈଠକରେ ଆଲୋଚନା ପାଇଁ ନିର୍ଦ୍ଦେଶ ଦିଆଯାଇଛିା ଏହି କାର୍ଯ୍ୟକ୍ରମରେ ସମସ୍ତ
ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟବର୍ତ୍ତୀକାଳୀନ ଆକଳନ ଏବଂ ଅନ୍ତିମକାଳୀନ ଆକଳନ କରିବା ପାଇଁ ବ୍ୟବସ୍ଥା କରାଯାଇଛିା ମଧ୍ୟବର୍ତ୍ତୀକାଳୀନ ଆକଳନ  ୧୭ତା ରିଖଠାରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛିା ଏହି ଆକଳନ ତା. ୧୯.୧୧.୨୨ ରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟମାନଙ୍କରେ କରାଯିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛିା

ସମ୍ବନ୍ଧିତ ଖବର