ଇରାନ ଫୁଟ୍‌ବଲ୍‌ ପ୍ରଶିକ୍ଷକଙ୍କ ସହ ୮ ଜଣଙ୍କୁ ସମନ

ତେହରାନ: ଦେଶକୁ ଥରାଇ ଦେଲା ‌ବଳି ମନ୍ତବ୍ୟ ପାଇଁ ଇରାନର ଜଣଶୁଣା ଫୁଟ୍‌ବଲ୍‌ ଦଳ ପର୍ସିପୋଲିସ ଏଫ୍‌ସି ପ୍ରଶିକ୍ଷକ ୟାହୟା ଗୋଲ୍‌ମହମ୍ମଦି ଏବଂ ପୂର୍ବତନ ପାର୍ଲାମଣ୍ଟ ସଦସ୍ୟ ମହମୁଦ ସାଦେଗି ଓ ପରଭାନେ ସାଲାସୁରିଙ୍କ ସହ ୮ ଜଣଙ୍କୁ କୋର୍ଟରୁ ସମନ ମିଳିଛି। ଏଥି‌ରେ ମିତା ହାଜର ଓ ବରାନ କୋସାରିଙ୍କ ସହ ୫ ଅଭିନେତା ରହିଛନ୍ତି। ଏମାନେ ବିନା କାଗଜପତ୍ରରେ ଅପତ୍ତିଜନକ ମନ୍ତବ୍ୟ ପ୍ରକାଶ କରିଥିବାରୁ ଏହା ବିଷୟରେ ପଚରାଉଚରା କରିବା ଲାଗି ସମନ ଦିଆଯାଇଛି ବୋଲି ୱେବ୍‌ସାଇଟ୍‌ରେ ଶନିବାର ସୂଚନା ଦିଆଯାଇଛି।

ଇରାନ ଜାତୀୟ ଦଳରେ ଥିବା ଦଳିତ ଖେଳାଳିଙ୍କ ସ୍ବର କର୍ତ୍ତୃପକ୍ଷଙ୍କ କାନକୁ ଆସୁନଥିବାରୁ ଗୋଲ୍‌ମହମ୍ମଦି କଡ଼ା ସମାଲଚନା କରିଥିଲେ। ଏଥିସହ ଇରାନରେ ମହିଳାଙ୍କ ଅଧିକାରକୁ ନେଇ ଚାଲିଥିବା ଆନ୍ଦୋଳନକୁ ବି ଏମାନେ ସମର୍ଥନ କରିଥିଲେ। ବିଶ୍ବକପ୍‌ ଲାଗି ଇରାନ ଦଳ କାତାର ଯିବା ପୂର୍ବରୁ ଖେଳାଳିମାନେ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ସାକ୍ଷାତ କରିବା ପରେ ଏମାନେ ଇନ୍‌ଷ୍ଟାଗ୍ରାମରେ କଟୁ ମନ୍ତବ୍ୟ ଦେଇଥିଲେ। ସମନ ଜାରି ହେବାପରେ ଗୋଲ୍‌ମହମ୍ମଦି ଏବଂ କୋସାରିଙ୍କୁ ଇନ୍‌ଷ୍ଟାଗ୍ରାମ ଅନଲାଇନ୍‌ରୁ ଦୂରେଇ ଯାଇଛନ୍ତି।

ସମ୍ବନ୍ଧିତ ଖବର