ବିଶ୍ୱ ଦୃଷ୍ଟି ଦିବସରେ ସଚେତନତା ଶୋଭାଯାତ୍ରା

ଭୁବନେଶ୍ୱର : ବିଶ୍ୱ ଦୃଷ୍ଟି ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା ଏହାର ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା କ୍ୟାପିଟାଲ ହସ୍ପିଟାଲରୁ ବାହାରି ଜୟଦେବ ଭବନ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବିଭିନ୍ନ ଏନ୍‌ଜିଓ ସଂସ୍ଥାର କର୍ମକର୍ତା ଓ ଛାତ୍ରଛାତ୍ରମାନଙ୍କୁ ମିଶାଇ ୩ଶହ ଶୋଭାଯାତ୍ରାକାରୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଚିତ୍ତରଂଜନ ଦାସ, ଅଧୀକ୍ଷକ ଡା.ମନୋରଂଜନ ଦାସ, ଉପ-ଅଧୀକ୍ଷକ ଡା.ଧନଞ୍ଜୟ ଦାସ, ଡା.ସବ୍ୟସାଚୀ ପଟ୍ଟନାୟକ ଓ ହସ୍ପିଟାଲର ଅନ୍ୟାନ୍ୟ ବିଭାଗୀୟ ଡାକ୍ତର ଓ ଅଧିକାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର