କଂପାନି ଅଫିସ ଆସିବାକୁ କହିବାରୁ ୮୦୦ କର୍ମଚାରୀଙ୍କ ଇସ୍ତଫା

ନୂଆଦିଲ୍ଲୀ : କରୋନା ମହାମାରୀ ବ୍ୟାପିବା ପରେ କାମ ଚାଲୁ ରଖିବା ଲାଗି ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା। କିଛି ସଂସ୍ଥାର କର୍ମଚାରୀ ଏହି ବ୍ୟବସ୍ଥା ସହିତ ଏତେ ଅଭ୍ୟସ୍ତ ହୋଇପଡ଼ିଛନ୍ତି ଯେ ସେମାନେ ଆଉ ଅଫିସରେ ବସି କାମ କରିବାକୁ ଚାହୁନାହାନ୍ତି। ଅଫିସ ଆସି କାମ କରିବା ଲାଗି କୁହାଯିବାରୁ ଏକ ସଂସ୍ଥାର ୮୦୦ କର୍ମଚାରୀ ଇସ୍ତଫା ଦେଇଛନ୍ତି। ସେହି ସଂସ୍ଥାଟି ହେଉଛି ହ୍ବାଇଟ୍‌ହ୍ୟାଟ୍‌ ଜୁନିଅର ଯାହା ଶିଶୁମାନଙ୍କୁ କୋଡିଂ ସମ୍ପର୍କିତ ଶିକ୍ଷା ପ୍ରଦାନ କରିବା ଉପରେ କାର୍ଯ୍ୟ କରୁଛି। ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥା ମାସକ ମଧ୍ୟରେ ବନ୍ଦ ହେବ ବୋଲି ହ୍ବାଇଟ୍‌ହ୍ୟାଟ୍‌ ଜୁନିଅର ଗତ ମାର୍ଚ୍ଚ ୧୮ରେ ଘୋଷଣା କରାଯାଇଥିଲା। ସବୁ କର୍ମଚାରୀଙ୍କୁ ଏପ୍ରିଲ୍‌ ୧୮ ସୁଦ୍ଧା ଅଫିସ ଆସିବାକୁ କୁହାଯାଇଥିଲା। ତାହାକୁ ବିରୋଧ କରି ୮୦୦ କର୍ମଚାରୀ ଇସ୍ତଫା ଦେଇଛନ୍ତି। ସେମାନେ ସେଲ୍‌ସ, କୋଡିଂ ଓ ଗଣିତ ପାଠପଢ଼ା ପାଇଁ କାମ କରୁଥିଲେ।

ସମ୍ବନ୍ଧିତ ଖବର