ଆଡଭେଣ୍ଟୋ ପ୍ରତିଷ୍ଠାତାଙ୍କୁ ଆଇଆରପିଆରଏ ପୁରସ୍କାର

ଭୁବନେଶ୍ୱର:  ଓଡ଼ିଶାର ପ୍ରମୁଖ ଜନସଂପର୍କ ଏଜେନ୍ସି ଆଡଭେଣ୍ଟୋ କମ୍ୟୁନିକେସନର ସହ-ପ୍ରତିଷ୍ଠାତା ଦୁର୍ଗାଚରଣ ସାମଲ ଓ ବିଜୟିତା ତ୍ରିପାଠୀଙ୍କୁ ସମ୍ମାନଜନକ “ଇଣ୍ଡିଆଜ୍ ରିଜିଓନାଲ୍ ପବ୍ଲିକ୍ ରିଲେସନ୍ ଆୱାର୍ଡ-୨୦୨୨’ ପ୍ରଦାନ କରାଯାଇଛି । ସେମାନଙ୍କୁ “୪୦ଅଣ୍ଡର୪୦’ ବର୍ଗରେ ଏହି ପୁରସ୍କାର ମିଳିଛି । ଲୋକ ସମ୍ପର୍କ କ୍ଷେତ୍ର ପ୍ରତି ଅତୁଳନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଦୁର୍ଗାଚରଣ ସାମଲଙ୍କୁ “ଆୱାର୍ଡ ଫର ଦି ଏକ୍ସଲେନ୍ସ ଇନ୍ ଲୋକାଲ ବ୍ରାଣ୍ଡ୍ ପିଆର୍ କ୍ୟାମ୍ପେନ୍’ ବର୍ଗରେ ପୁରସ୍କାର ମିଳିଥିବା ବେଳେ ବିଜୟିତା ତ୍ରିପାଠୀଙ୍କୁ “ଆୱାର୍ଡ ଫର ଦି ଲିଡିଂ ପିଆର୍ କ୍ୟାମ୍ପେନ୍ ଫର ଷ୍ଟାର୍ଟଅପ୍’ ବର୍ଗରେ ପୁରସ୍କାର ମିଳିଛି ।

ଶନିବାର ଆୟୋଜିତ ଏକ ଭର୍ଚୁଆଲ ପ୍ୟାନେଲ୍ ଆଲୋଚନା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅବସରରେ “ଭାରତରେ ଆଂଚଳିକ ପିଆର୍ର ଭବିଷ୍ୟତ’ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭାଗ ନେଇଥିବା ବିଶେଷଜ୍ଞମାନେ ନିଜର ମତ ଉପସ୍ଥାପନ କରିଥିଲେ ।

ସମ୍ବନ୍ଧିତ ଖବର