ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ସେମାନଙ୍କ ମୁହଁରୁ…
‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ ଆସନ୍ତା ୧୯ ତାରିଖରେ ହୋଟେଲ ମେ’ ଫେୟାର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଦାନ କରାଯିବ। ‘ସମ୍ବାଦ’ର ଏହି ପ୍ରୟାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିଳ୍ପସଂଘ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଖ୍ୟାତନାମା ବ୍ୟକ୍ତିଙ୍କ ମତାମତ କ’ଣ ରହିଛି ସେ ସମ୍ପର୍କରେ ଏଠାରେ ସେମାନଙ୍କ ମୁହଁରୁ ଶୀର୍ଷକରେ ପ୍ରକାଶ କରୁଛୁ।

ସମ୍ବାଦର ଏହା ଏକ ଭଲ ପଦକ୍ଷେପ। ଏହାଦ୍ବାରା କେବଳ ଉଦ୍ୟୋଗୀମାନେ ପୁରସ୍କୃତ ହେବେ ନାହିଁ, ବାହାର ରାଜ୍ୟ ଭଳି ଓଡ଼ିଶାରେ ଏକ ଉନ୍ନତ ଶିଳ୍ପ ପରିବେଶ ମଧ୍ୟ ସୃଷ୍ଟି ହୋଇପାରିବ। ତେବେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କ ସମ୍ପର୍କରେ ସରକାର ସଚେତନ ହେବା ସହିତ ତୁରନ୍ତ ସକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ସେହିଭଳି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଋଣ ଯୋଗାଇବା ଲାଗି ଏକ ସ୍ବତନ୍ତ୍ର ବ୍ୟାଙ୍କ ଖୋଲାଯିବାର ଆବଶ୍ୟକତା ରହିଛି।
ସରୋଜ କୁମାର ପାତ୍ର, ସିଇଓ, ସୌକିନ ମ୍ୟାଟ୍ରେସ୍

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନୂଆ ନୂଆ ଶୀର୍ଷରେ ପହଞ୍ଚିବା ଲାଗି ସମ୍ବାଦର ଏହି ପୁରସ୍କାର ଉଦ୍ୟମ ଯୁବ ଉଦ୍ୟୋଗୀମାନଙ୍କୁ ସହାୟକ ହେବ। ସେମାନେ ଏହାଦ୍ବାରା ଉତ୍ସାହିତ ହେବେ ଏବଂ ପ୍ରେରଣା ପାଇବେ। ତେଣୁ ସମ୍ବାଦର ଏଭଳି ଉଦ୍ୟମ ନିଶ୍ଚିତଭାବେ ସ୍ବାଗତଯୋଗ୍ୟ।
ରାଜେନ୍ ପାଢ଼ୀ, ନିର୍ଦେଶକ, ଏକ୍‌ଜିମ୍ କନସଲଟାନ୍ସି

ସମ୍ବନ୍ଧିତ ଖବର