ଚଣ୍ଡିଗଡ଼ ବିଶ୍ବବିଦ୍ୟାଳୟ ଖୋଲିଲା ଆଞ୍ଚଳିକ କାର୍ଯ୍ୟାଳୟ

ଭୁବନେଶ୍ବର: ଚଣ୍ଡିଗଡ଼ ବିଶ୍ବବିଦ୍ୟଳୟର ଏକ ଆଞ୍ଚଳିକ କାର୍ଯ୍ୟାଳୟ ଜୟଦେବ ବିହାରଠାରେ ଖୋଲିଛି। ଏଠାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ମାଗଣାରେ ବୃତ୍ତି ସମ୍ପର୍କିତ ପରାମର୍ଶ ହାସଲ କରିପାରିବେ। ବିଶ୍ବବିଦ୍ୟାଳୟର ‘ଲକ୍ଷ୍ୟ’ ନାମକ ଏକ ଜାତୀୟ ସ୍ତରର ଅଭିଯାନ ରହିଛି ଯାହା ମାଧ୍ୟମରେ ଏହି ନିଶୁଳ୍କ ପରାମର୍ଶ ପ୍ରଦାନ କରାଯାଉଛି। ଆଜି ‌ପ୍ରେସ୍‌ କ୍ଲବ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟର ଗଣମାଧ୍ୟମ ମୁଖ୍ୟ ପ୍ରଫେସର ପ୍ରଭଦୀପ ସିଂହ କହିଛନ୍ତି ଯେ, ଦଶମ, ଯୁକ୍ତ ଦୁଇ ଏବଂ ସ୍ନାତକ ପାସ୍‌ କରିଥିବା ଛାତ୍ରଛାତ୍ରୀମାନେ ଆମ ଆଞ୍ଚଳିକ କାର୍ଯ୍ୟାଳୟରୁ ନିଶୁଳ୍କ ପରାମର୍ଶ ହାସଲ କରିପାରିବେ। ସେ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ ପକ୍ଷରୁ ୧୦୯ ପ୍ରକାର ପାଠ୍ୟକ୍ରମ ପାଇଁ ୮୦୦ ସ୍କଲାରସିପ୍ ପ୍ରଦାନ କରାଯାଉଛି। ଓଡ଼ିଶାର ଛାତ୍ରଛାତ୍ରୀମାନେ ବିଶ୍ବବିଦ୍ୟାଳୟର ସର୍ବଭାରତୀୟ ପରୀକ୍ଷା ସିୟୁଏସଏଟି-୨୦୧୯ରେ କୃତକାର୍ଯ୍ୟ ହୋଇ ଏହି ସ୍କଲାରସିପ୍ ପାଇପାରିବେ। ମେ’ ଏବଂ ଏପ୍ରିଲ୍ ମାସରେ ଦେଶର ବିଭିନ୍ନ କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀମା‌ନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ବିଶ୍ବବିଦ୍ୟାଳୟର ଓଡ଼ିଶା ରାଜ୍ୟ ମୁଖ୍ୟ ବିଦ୍ୟାଧର, ଭୁବନେଶ୍ବର କ୍ୟାରିୟର କାଉନ୍‌ସେଲର୍‌ ରାକେଶ କୁମାର ଓ ମହିଳା କାଉନ୍‌ସେଲର୍‌ ଲୋନାଲିସା ସ୍ବାଇଁ ଓ କଟକ ସହର କ୍ୟାରିୟର କାଉନ୍‌ସେଲର୍‌ ଅଙ୍କିତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର