ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ଅତିକମ୍ରେ ୭.୫ ପ୍ରତିଶତ ରହିବ ବୋଲି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଆଶାବ୍ୟକ୍ତ କରିଛନ୍ତି। ନିବେଶ ଏବଂ ଉତ୍ପାଦନ କ୍ଷମତା ଉପଯୋଗରେ ସୁଧାର ଆସିଥିବାରୁ ଉକ୍ତ ଅଭିବୃଦ୍ଧି ହାସଲ କରାଯାଇ ପାରିବ। ଗତ ୪୭ ମାସ ମଧ୍ୟରେ ସରକାର ଗ୍ରହଣ କରିଥିବା ବିଭିନ୍ନ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।