ପୁଣି ରେକର୍ଡ କଲା ସୁନାଦର, ୧୦ ଗ୍ରାମ ପିଛା ୭୩,୭୫୦ ଛୁଇଁଲା

ନୂଆଦିଲ୍ଲୀ: ମଧ୍ୟପୂର୍ବରେ ଏକ ବଡ଼ ଯୁଦ୍ଧ ଆଶଙ୍କା ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିଚାଲିଛି । ଏହାର ପ୍ରଭାବରେ ଭାରତରେ ବି ସୁନା ଦର ନୂଆ ନୂଆ ରେକର୍ଡ କରିଚାଲିଛି । ନିବେଶକମାନେ ଷ୍ଟକବଜାର ଓ ମୁଦ୍ରାବଜାରର ନିବେଶ କାଢି ସୁନାରେ ନିବେଶ କରୁଥିବାରୁ ଦର ବଢୁଛି ।

୨୦୨୪ ଏପ୍ରିଲ ୧୬ ତାରିଖ ମଙ୍ଗଳବାର ସଂଧ୍ୟାସୁଦ୍ଧା ଦିଲ୍ଲୀ ଏନସିଆରର ବୁଲିଅନ୍ ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୭୩,୭୫୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି । ପୂର୍ବରୁ ଏହାର ରେକର୍ଡ ଉଚ୍ଚ ମୂଲ୍ୟ ୭୩,୩୦୦ ଟଙ୍କା ଥିଲା, ଯାହା ଏପ୍ରିଲ ୧୨ରେ ବୁଲିଅନ୍ ବଜାରରେ ଦେଖିବାକୁ ମିଳିଥିଲା।

ଇରାନ ଓ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ୁଥିବା ବେଳେ ଦୃଢ଼ ବିଶ୍ବ ବଜାରର ପ୍ରଭାବ ଯୋଗୁଁ ସୁନା ଓ ରୂପା ଦର ସୁନା ଓ ରୁପା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏଚଡିଏଫସି ସିକ୍ୟୁରିଟିଜ୍ ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ ଏନସିଆରରେ ସୁନା ମୂଲ୍ୟ ୭୦୦ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୭୩,୭୫୦ ଟଙ୍କାରେ ପହଞ୍ଚିଛି । ସୋମବାର ୧୦ ଗ୍ରାମ ସୁନା ମୂଲ୍ୟ ୭୩,୦୫୦ ଟଙ୍କାରେ ବନ୍ଦ ହୋଇଥିଲା । ଗତ କାରବାରରେ ରୁପା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଛା ୮୬,୫୦୦ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଥିଲା ।

ସମ୍ବନ୍ଧିତ ଖବର