ବ୍ୟାଙ୍କିଙ୍ଗ ସେବା ଆରମ୍ଭ କଲା ଜନ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ 

ମୁମ୍ବାଇ : ଜନ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କ ଯାହାକି ପୂର୍ବରୁ ଜନଲକ୍ଷ୍ମୀ ଫାଇନାନସିଆଲ ସର୍ଭିସେସ୍‌ ଭାବେ କାର୍ଯ୍ୟ କରୁଥିଲା ଆଜି ଏହାର ବ୍ୟାଙ୍କିଙ୍ଗ୍‌ ଅପରେଶନ ଆରମ୍ଭ ସମ୍ପର୍କରେ ଘୋଷଣା କରିଛି। ଗ୍ରାହକଙ୍କୁ ଆବଶ୍ୟକ ସେବା ଉପଲବ୍ଧ ପାଇଁ ଜନାବ୍ୟାଙ୍କ ପ୍ରାଥମିକ ପର୍ଯ୍ୟାୟରେ ଦେଶର ୧୮ଟି ରାଜ୍ୟରେ ୧୯ଟି ଶାଖା ଖୋଲିବା ସହିତ ପରବର୍ତ୍ତୀ ସମୟରେ ୨୦୦ ବ୍ୟାଙ୍କିଙ୍ଗ୍‌ ଆଉଟଲେଟ ଖୋଲିବା ସହିତ ୨୦୧୮ ଜୁନ୍‌ ସୁଦ୍ଧା ଦେଶର ଗ୍ରାମୀଣ ଅଂଚଳରେ ୨୫ ପ୍ରତିଶତ ଶାଖା ଖୋଲିବାର ଯୋଜନା ପ୍ରସ୍ତୁତ କରିଛି।

ଏହି ପରିପ୍ରେକ୍ଷୀରେ ଜନାଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀ ରମେଶ ରାମନାଥନ୍‌ କହିଲେ, ‘ଜନବ୍ୟାଙ୍କ ଗ୍ରାହକଙ୍କ ସୁୂବିଧା ପାଇଁ ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଯୋଜନାବଦ୍ଧ ଭାବେ ଆର୍ଥିକ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ଏହାର ମୁଖ୍ୟ କାର୍ଯ୍ୟ ଜାରି ରଖିବ ।  ଆର୍ଥିକ ଅନ୍ତର୍ଭୁକ୍ତିକରଣ ଜନଗ୍ରୁପ୍‌୍‌ର ପ୍ରମୁଖ ଲକ୍ଷ୍ୟ। ଆମେ ବ୍ୟାଙ୍କିଙ୍ଗ ଅପରେଶନକୁ ଡିଜିଟାଲ ମାଧ୍ୟମରେ ସୁଚାରୁ ରୂପେ ସମ୍ପାଦନ କରିବାକୁ ଲକ୍ଷ୍ୟ ରଖିଛୁ। ଯାହାଦ୍ୱାରା ସମସ୍ତ କାର୍ଯ୍ୟ ଶୀଘ୍ର ସମ୍ପନ୍ନ ହୋଇପାରିବ ।  ଆମେ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଦୂରତା ହ୍ରାସ କରିବା ସହିତ ଆମର ବ୍ରାଣ୍ଡ୍‌ ପ୍ରତିଶ୍ରୁତିବଦ୍ଧତା ଅନ୍ତର୍ଗତ ’ଲିଖୋ ଆପନି କାହାନୀ’କୁ ଗୁରୁତ୍ୱ ପ୍ରଦାନ କରୁଛୁ। ଭାରତର ଅସଂଖ୍ୟ ଗ୍ରାହକଙ୍କ ଆର୍ଥିକ ବିକାଶ ସହିତ ଏକ ନୂତନ ଶ୍ରେଷ୍ଠ ଆର୍ଥିକ ପରିବେଶ ସୃଷ୍ଟିର ପ୍ରୟାସ କରିବୁ। ଜନବ୍ୟାଙ୍କ ଏହାର ପ୍ରମୁଖ ଏମଏଫ୍‌ଆଇ ଶାଖାଗୁଡିକୁ ବ୍ୟାଙ୍କ ଶାଖାରେ ପରିଣତ କରିବା ସହିତ ୨୦୧୯ ଶେଷ ସୁଦ୍ଧା ଭାରତବ୍ୟାପି ୫୦୦ରୁ ଅଧିକ ବ୍ୟାଙ୍କିଙ୍ଗ ଆଉଟଲେଟ୍‌ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର