ମହିନ୍ଦ୍ରାର ନୂଆ ଏକ୍ସୟୁଭି ୭୦୦

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପକ୍ଷରୁ ନୂଆ ସ୍ପୋର୍ଟସ୍‌ ୟୁଟିଲିଟି ଯାନ ଏକ୍ସୟୁଭି ୭୦୦କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧୧ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଏଥିରେ କଂପାନି ଏହାର ନୂଆ ଏସ୍‌ୟୁଭି ଲୋଗୋକୁ ବ୍ୟବହାର କରିଛି। ପେଟ୍ରୋଲ୍‌ ଓ ଡିଜେଲ୍‌ ଇଞ୍ଜିନ ବିକଳ୍ପ ସହ ଏହା ଉପଲବ୍ଧ ହୋଇଛି। ଏଥିରେ ଡୁଆଲ୍‌ ଏଚ୍‌ଡି ୧୦.୫ ଇଞ୍ଚ୍‌ ଇନଫୋଟେନ୍‌ମେଣ୍ଟ୍‌ ସିଷ୍ଟମ୍, ଆମାଜନ୍ ଆଲେକ୍ସା, ଏୟ‌ାରବ୍ୟାଗ୍, ଡାଇମଣ୍ଡ୍‌ କଟ୍ ଆଲୟ ହ୍ବିଲ୍, ସ୍ମାର୍ଟ ଡୋର୍‌ ହାଣ୍ଡେଲ୍‌ ଓ ଷ୍ଟିୟରିଂ ମାଉଣ୍ଟେଡ୍‌ ସ୍ବିଚ୍ ସୁବିଧା ଆଦି ରହିଛି।

ସମ୍ବନ୍ଧିତ ଖବର