୨୦୧୭ ତୁଳନାରେ ୨୦୧୮ରେ ଭାରତରେ ଅତିଧନୀଙ୍କ ସଂଖ୍ୟା ହ୍ରାସ

ନୂଆଦିଲ୍ଲୀ : ଭାରତରେ ଅତି ଧନୀଙ୍କ ସଂଖ୍ୟା କମୁଛି । ୨୦୧୭ରେ ଭାରତରେ ଅତି ଧନୀଙ୍କ ସଂଖ୍ୟା ୨ ଲକ୍ଷ ୬୩ ହଜାର ଥିବାବେଳେ ୨୦୧୮ରେ ତାହା ୨ ଲକ୍ଷ ୫୬ ହଜାରକୁୁ ହ୍ରାସ ପାଇଛି ବୋଲି କାର୍ଭି େଓ୍ଵଲଥ ମ୍ୟାନେଜମେଣ୍ଟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ।
ଯେଉଁ ଧନୀମାନଙ୍କର ୧ ନିୟୁତ ଡଲାର ( ୭ କୋଟି ୧୨ ଲକ୍ଷରୁ ଅଧିକ) ନିବେଶଯୋଗ୍ୟ ବଳକା ଅର୍ଥ/ସମ୍ପତ୍ତି ଥିବ ସେମାନଙ୍କୁ ଅତି ଧନୀ ହିସାବରେ ଶ୍ରେଣୀଭୁକ୍ତ କରି ଏହି ରିପୋର୍ଟ ପ୍ରସ୍ତୁତ କରିଛି ଏହି ସଂସ୍ଥା ।
ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ ୨୦୧୭ ତୁଳନାରେ ୨୦୧୮ରେ ଅତି ଧନୀଙ୍କ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ସେମାନଙ୍କ ମୋଟ ସଂପତ୍ତି ପରିମାଣ ବୃଦ୍ଧି ପାଇଛି । ୨୦୧୭ରେ ସେମାନଙ୍କ ମୋଟ ସଂପତ୍ତିର ପରିମାଣ ୩୯୨ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୧୮ରେ ତାହା ୪୩୦ ଲକ୍ଷ କୋଟିକୁ ବୃଦ୍ଧି ପାଇଛି ।

ଦେଶରେ ଧନୀ ଓ ଗରିବଙ୍କ ମଧ୍ୟରେ ତଫାତ ବଢିଚାଲିଥିବା ଅଭିଯୋଗ ହେଉଥିବାବେଳେ ଏହି ତଥ୍ୟ ଏକ ଭିନ୍ନ ଦିଗ ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର