ଷ୍ଟକ୍ ବଜାରରେ ମଧ୍ୟପ୍ରାଚ୍ୟ ତାତି: ୩ ଦିନରେ ସେନ୍‌ସେକ୍ସ ୨୦୯୫ ପଏଣ୍ଟ ଖସିଲା

ଟଙ୍କା ଉପରେ ଚାପ

ନୂଆଦିଲ୍ଲୀ: ଇସ୍ରାଏଲ୍ ଉପରେ ଇରାନ ଆକ୍ରମଣ ପ୍ରଭାବରେ ଭାରତୀୟ ଷ୍ଟକ୍ ବଜାର ଅସ୍ଥିର ହୋଇପଡ଼ିଛି। ମଧ୍ୟପ୍ରାଚ୍ୟ ସଙ୍କଟ ଆଗକୁ ଆହୁରି ଗମ୍ଭୀର ରୂପ ଧାରଣ କରିବା ଆଶଙ୍କା ଥିବାରୁ ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସେମାନେ ସେୟାର ବିକ୍ରି କରୁଛନ୍ତି। ଗତ ଶୁକ୍ରବାରଠାରୁ ଆଜି ମଧ୍ୟରେ ତିନି ଦିନ ବଜାରରେ ଟ୍ରେଡିଂ ହୋଇଥିବା ବେଳେ ସେହି ସମୟରେ ସେନ୍‌ସେକ୍ସରେ ୨୦୯୫ ପଏଣ୍ଟର ହ୍ରାସ ଘଟିଛି। ଫଳରେ ନିବେଶକମାନଙ୍କ ସମ୍ପତ୍ତିରେ ବଡ଼ ଧରଣର ହ୍ରାସ ହୋଇଛି। ମଙ୍ଗଳବାର ମଧ୍ୟ ଷ୍ଟକ୍ ବଜାରରେ ମଧ୍ୟପ୍ରାଚ୍ୟ ତାତିର ପ୍ରଭାବ ରହିଥିଲା। ନିବେଶକମାନେ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ସେନ୍‌ସେକ୍ସ ୪୫୬ ପଏଣ୍ଟ ହ୍ରାସ ପାଇ ୭୨,୯୪୩ ପଏଣ୍ଟକୁ ଖସିଆସିଛି। ନିଫ୍‌ଟି ମଧ୍ୟ ୧୨୪ ପଏଣ୍ଟ ହ୍ରାସ ପାଇ ୨୨,୧୪୭ ପଏଣ୍ଟରେ ବନ୍ଦ ହୋଇଛି। ଗତ ତିନିଟି କାରବାର ଦିନରେ ନିଫ୍‌ଟି ୬୦୬ ପଏଣ୍ଟ ହରାଇଛି। ମଙ୍ଗଳବାର କାରବାର ବେଳେ ଇନ୍‌ଫୋସିସ୍, ଇଣ୍ଡସ୍‌ଇଣ୍ଡ୍‌ ବ୍ୟାଙ୍କ, ୱିପ୍ରୋ, ବଜାଜ ଫିନ୍‌ସର୍ଭ, ଏଚ୍‌ସିଏଲ୍‌ ଟେକ୍ ଓ ଟେକ୍ ମହିନ୍ଦ୍ରାର ସେୟାର ମୂଲ୍ୟ ହ୍ରାସ ପାଇଥିବା ବେଳେ ଟାଇଟାନ୍, ହିନ୍ଦୁସ୍ତାନ ୟୁନିଲିଭର, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଓ ମାରୁତିର ସେୟାର ମୂଲ୍ୟ ବଢ଼ିଛି। ରାମ ନବମୀ ପାଇଁ ବୁଧବାର ଭାରତୀୟ ଷ୍ଟକ ବଜାର ବନ୍ଦ ରହିବ। ତେଣୁ ଗୁରୁବାର ଷ୍ଟକ ବଜାର ଖୋଲିବା ପରେ ଏହା ଉପରେ କିଭଳି ପ୍ରଭାବ ରହିବ ତାହା ଜଣାପଡ଼ିବ। ଚଳିତ ସପ୍ତାହରେ ଆଉ ୨ ଦିନ ପାଇଁ ଷ୍ଟକ ବଜାର ଖୋଲା ରହିବ।

ସମ୍ବନ୍ଧିତ ଖବର