ବାଲେଶ୍ବର: ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ବାଲେଶ୍ବର: ବାଲେଶ୍ବରର ମାର୍କୋଣାଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଉଛନ୍ତି ସୁମିତ୍ରା ମିଶ୍ର(୪୨) ଓ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ତାଙ୍କ ସ୍ବାମୀ ଧନେଶ୍ବର ମିଶ୍ର ।

ସୂଚନାରୁ ଜାଣିବାକୁ ମିଳିଛି ଯେ ଜଳେଶ୍ବରରେ ଚିକିତ୍ସିତ ହେଉଥିବା ନିଜର କେହି ସଂପର୍କୀୟଙ୍କୁ ଦେଖା କରିବା ପାଇଁ ମାର୍କୋଣାରୁ ଜଳେଶ୍ବର ଯାଉଥିଲେ ଧନେଶ୍ବର ଓ ସୁମିତ୍ରା। ସେମାନେ ବାଇକ୍‌ରେ କୁରୁଡା ଓଭର୍‌ ବ୍ରଜ୍‌ ଉପରକୁ ଉଠିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଦୁହେଁ ଛିଟିକି ପଡ଼ିଥିଲେ। ଖବର ପାଇ ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ପତି-ପତ୍ନୀଙ୍କୁ ଜିଲ୍ଲା ବଡ଼ ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ସୁମିତ୍ରାଙ୍କୁ ମୃତ ଘୋଷଣା କରିଥିଲେ। ଧନେଶ୍ବର ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର