ଚାକିରିରେ ଯୋଗ ଦେବାର ପ୍ରଥମ ଦିନରେ ବାଟରେ ଜଗି ରହିଥିଲା ଯମ; ସଡ଼କ ଦୁର୍ଘଟଣାରେ ଚାଲିଗଲା ବ୍ୟାଙ୍କ ମ୍ୟାନେଜରଙ୍କ  ଜୀବନ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗତ ଶନିବାର ଦିନ ଭଗବାନ୍‌ ସାହୁ ଗଞ୍ଜାମ ଜିଲ୍ଲାର ଗୋଳନ୍ତରା ପୁଲିସ ଷ୍ଟେସନ ଅନ୍ତର୍ଗତ ସୋନାପୁର ଗ୍ରାମରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଭାବେ ମହେନ୍ଦ୍ର ତ୍ରିପାଠୀଙ୍କ ବଦଳରେ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଦାୟିତ୍ୱ ପାଇବା ପରେ ଭଗବାନ୍‌ ସାହୁଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଥିଲା। କିନ୍ତୁ ଏସବୁ ଭିତରେ ବିଧାତାଙ୍କର ଆଉ କିଛି ଇଚ୍ଛା ଥିଲା।

Image result for road accident

ହସ ଖୁସିରେ ପୂରି ଉଠିଥିବା ଭଗବାନ୍‌ ସାହୁଙ୍କ ପରିବାରରେ ନିମିଷକେ ମଧ୍ୟରେ କଳାବାଦଲ ଛାଇ ଯାଇଥିଲା। ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟର ପ୍ରଥମ ଦିନ ଶେଷ କରିବା ପରେ ଭଗବାନ୍‌ ସନ୍ଧ୍ୟାରେ ମହେନ୍ଦ୍ରଙ୍କ ସହ ଘରକୁ ଫେରୁଥିଲେ। ରାତି ପ୍ରାୟ ୭ ଟା ସମୟରେ ଗୋଳନ୍ତରା ପୁଲିସ ଷ୍ଟେସନ ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ଉପରେ ଏକ ମାଲ୍ ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ଭଗବାନ୍‌ ଓ ମହେନ୍ଦ୍ରଙ୍କ ମୋଟରସାଇକେଲକୁ  ମୁହାଁମୁହିଁ ଧକ୍କା ହୋଇଥିଲା। ଦୁହେଁ ରାସ୍ତାରେ ଛିଟିକି ପଡ଼ିଥିଲେ। ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ୍‌ ଭଗବାନ୍‌ଙ୍କ ଉପରେ ଚଢ଼ି ଚାଲିଯିବାରୁ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର  ଖବର ପାଇ ଗୋଳନ୍ତରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର