ତିନି ଘଣ୍ଟା ହେଲା ଅଟକି ରହିଛି ଦୂରନ୍ତ ଏକ୍ସପ୍ରେସ୍‌, ଟ୍ରେନ୍‌ର ବଗିରୁ ଗ୍ୟାସ୍‌ ଟାଙ୍କି ଖସିପଡ଼ିବାରୁ ଅଘଟଣ

ବାଲେଶ୍ୱର: ହାଓ୍ଵଡା-ଯଶୋବନ୍ତପୁର ଦୂରନ୍ତ ଏକ୍ସପ୍ରେସ୍‌ ଶୁକ୍ରବାର ଅପରାହ୍ନରେ ବାଲେଶ୍ୱର ନିକଟ ରୂପସା ଷ୍ଟେସନରେ ପ୍ରାୟ ୩ ଘଣ୍ଟା ହେବ ଅଟକି ରହିଛି। ଟ୍ରେନ୍‌ର ଗୋଟିଏ ବଗିରୁ ଗ୍ୟାସ୍‌ ଟାଙ୍କି ଖସି ପଡ଼ିବାରୁ ଏହି ଅଭାବନୀୟ ଘଟଣା ଘଟିଛି। ଦୂରନ୍ତ ଏକ୍ସପ୍ରେସ୍‌ ଅତିକ୍ରମ କରିବା ପୂର୍ବରୁ ଷ୍ଟେସନରେ ଟ୍ରାକ୍‌ ମରାମତି କାମ ଚାଲିଥିଲା। ଟ୍ରେନ୍‌ ଅତିକ୍ରମ କରିବାର ଅବ୍ୟବହିତ ପୂର୍ବରୁ କିଛି ସମୟ ପାଇଁ ଏହି କାମ ବନ୍ଦ କରାଯାଇଥିଲା। ଫଳରେ ଭୁଲ ବଶତଃ ଟ୍ରାକ୍‌ ସଜଡ଼ା କାମରେ ବ୍ୟବହୃତ ସରଞ୍ଜାମ ବାଜିବାରୁ ଟ୍ରେନ୍‌ର ବଗିରୁ ଗ୍ୟାସ୍‌ ଟାଙ୍କି ଖସିଯାଇଥିଲା।

ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ୍‌ ଅଟକି ରହିବା ଫଳରେ ଯାତ୍ରୀମାନେ ବିରକ୍ତି ପ୍ରକାଶ କରିଛନ୍ତି। ରୂପସା ଷ୍ଟେସନରୁ ଟ୍ରେନ ଚାଲିବା ବିଳମ୍ବ ହେଉଥିବାରୁ ଯାତ୍ରୀମାନେ ବିରକ୍ତି ପ୍ରକାଶ କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରେନ୍‌ କେତେବେଳେ ପୁଣି ଥରେ ଟ୍ରାକ୍‌ରେ ଦୌଡ଼ିବ, ସେ ବାବଦରେ କିଛି ଜଣାପଡ଼ି ନାହିଁ।

ସୂଚନାଯୋଗ୍ୟ ଦୂରନ୍ତ ଏକ୍ସପ୍ରେସ୍‌ ରୂପସା ଷ୍ଟେସନ୍‌ ନିକଟରେ ଆଜି ଅପରାହ୍ନ ୨ଟାରେ ପହଂଚିଥିଲା। ସେହି ସମୟରେ ଟ୍ରାକ୍‌ରେ ଶ୍ରମିକମାନେ କାମ କରୁଥିଲେ।

ସମ୍ବନ୍ଧିତ ଖବର