ନିଖୋଜ ଯୁବକର ଝୁଲନ୍ତା ମୃତଦେହ ଗଛରୁ ଉଦ୍ଧାର

କନ୍ଧମାଳ: ଦୁଇ ସପ୍ତାହ ପୂର୍ବରୁ ନିଖୋଜ ଥିବା ଜଣେ ଯୁବକର ମୃତଦେହକୁ ବୁଧବାର କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପୁଲିସ ଏକ ଗଛରୁ ଉଦ୍ଧାର କରିଛି। କଟରିଙ୍ଗା ଗ୍ରାମର ହାଡ଼ି ଓରଫ ସନ୍ତୋଷ କୁମାର ଖେତି ଡିସେମ୍ବର ୧୨ରେ ନିଖୋଜ ହୋଇ ଯାଇଥିଲେ। ପୁଲିସ ସନ୍ତୋଷଙ୍କ ମୃତଦେହ କାମପଦର ଜଙ୍ଗଲରୁ ଉଦ୍ଧାର କରିଛି। ସନ୍ତୋଷଙ୍କ ମା’ ମିନତୀ ଖେତିଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଶବ ପଞ୍ଚନାମା ପରେ ବ୍ରହ୍ମପୁର ଏଫ୍‌ଏମ୍‌ଟିକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ପୁଲିସ ବିଭିନ୍ନ ଘଟଣାକୁ ନେଇ ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର