ବରିଷ୍ଠ ଶିକ୍ଷକଙ୍କ ପରଲୋକ:ମୁହଁରେ ନିଆଁ ଦେଲେ କନ୍ୟା

କୁଜଙ୍ଗ: ବରିଷ୍ଠ ଶିକ୍ଷକ ପୂର୍ଣ୍ଣ ସାହୁଙ୍କର ଆଜି ପରଲୋକ ଘଟିଛି। ଅପରାହ୍ଣରେ ତାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଗ୍ରାମ ଶ୍ମଶାନରେ କରାଯାଇଥିଲା। ଏକମାତ୍ର କନ୍ୟା ମୁଖାଗ୍ନି ଦେଇଥିଲେ। ଗ୍ରାମାଞ୍ଚଳରେ ଏଭଳି ଘଟଣା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି। ମଙ୍ଗରାଜପୁର ଗ୍ରାମର ସ୍ୱର୍ଗତ କଣ୍ଡୁରୀ ଚରଣ ସାହୁଙ୍କ ପୁତ୍ର ପୂର୍ଣ୍ଣ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା କଳ୍ପେଶ୍ୱର ଉଚ୍ଚବିଦ୍ୟାଳୟ ଖୁରେସିଆରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ମଧୁମେୟ, ମସ୍ତିଷ୍କାଘାତ, ହୃଦରୋଗରେ ଆକା୍ରନ୍ତ ହୋଇ ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ହୃଦୟରେ ଅସ୍ତ୍ରୋପ୍ରଚାର କରାଯାଇଥିଲା। ଗତକାଲି ହଠାତ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ତୁରନ୍ତ କୁଜଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ମଙ୍ଗରାଜପୁର ଶ୍ମଶାନରେ ଅନୁଷ୍ଠିତ ହୋଇଥିଲା। ଏକମାତ୍ର କନ୍ୟା ରାଜଶ୍ରୀ ସାହୁ ବିଧି ମୁତାବକ ମୁଖାଗ୍ନି ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହିଂମାଶୁ ଶେଖର ସାହୁ, ସୁଧାଂଶୁ ଶେଖର ସାହୁ, ସୁକାନ୍ତ କୁମାର ସାହୁ, ବିପିନ କୁମାର ସାହୁ, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ମହାପାତ୍ର, ପ୍ରାଣକୃଷ୍ଣ ବେହେରା, ଇଂ.ସୀମାଞ୍ଚଳ ପଣ୍ଡା, ସମାଜସେବୀ ମନୋରଞ୍ଜନ ମାଝୀ, ଚିଦାନନ୍ଦ ପରିଡ଼ା, ଅମରେନ୍ଦ୍ର ସାହୁ, ଦିଲୀପ କୁମାର ପରିଡ଼ା, ତପନ କୁମାର ତରାଇ, କେ ସୁବାସ, ଆଇନଜିବୀ ମିହିରଶେଖର ସାହୁ, ତପନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର