ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା, ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: କିଞ୍ଜିରକେଲା ଥାନା ଅନ୍ତର୍ଗତ ଟାଟିଯୋର ଗାଁରେ ବୁଧବାର ରାତି ୮ଟାରେ କନ୍ଦର୍ପ ଭୁସି (୫୦) ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଗାଁର ସୁଦର୍ଶନ ମାକର (୬୦) ଟାଙ୍ଗିଆରେ ହାଣି ହତ୍ୟା କରିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ସୁଦର୍ଶନକୁ ଗିରଫ କରିଛି। ଗତକାଲି ରାତିରେ କନ୍ଦର୍ପ ଘରେ ଥିବାବେଳେ ସୁଦର୍ଶନ ହଠାତ ଆସି ତାଙ୍କୁ ଟାଙ୍ଗିଆରେ ହାଣି ପକାଇଥିଲେ। ଘଟଣାସ୍ଥଳରେ ହିଁ କନ୍ଦର୍ପଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା। ଗାଁ ଲୋକେ ଥାନାକୁ ସୂଚନା ଦେବା ପରେ ଏସଆଇ ରଘୁନାଥ ଟୁଡୁ ସଦଳବଳ ଆସି ତଦନ୍ତ ଚଲାଇଛନ୍ତି। ହତ୍ୟାର କାରଣ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର