କମାଣ୍ଡର ସହ କାର ମୁହାଁମୁହିଁ ଧକ୍କା, ଜଣେ ମୃତ ,ପାଞ୍ଚ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ କେନ୍ଦମାଲ ବ୍ରିଜ ପାଖରେ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ କମାଣ୍ଡରକୁ ଦ୍ରୁତଗତିରେ ଆସୁଥିବା କାର ପିଟିବା ଫଳରେ ଜଣକର ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି। ଆହତ ପାଞ୍ଚ ଜଣକୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପେସେଂଜରମାନଙ୍କୁ ସୁନ୍ଦରଗଡ଼ରୁ ନେଇ ଆସୁଥିବାବେଳେ କମାଣ୍ଡର ସହ କାରର ମୁହାଁମୁହିଁ ଧକ୍କା ହୋଇଥିଲା |

ଫଳରେ କମାଣ୍ଡରରେ ଥିବା ୫ ଜଣ ଆହତ ହୋଇଥିବାବେଳେ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ବିରବିରା ଗାଁର ମହେଶ୍ୱର ପଟେଲ (୬୭ବର୍ଷ)ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ କାରରୁ ବନ୍ଧୁକ ମିଳିଥିବାବେଳେ ଏଥିରେ କିଛି ଅପରାଧୀ ଯାଉଥିବାର ପୁଲିସ ସନ୍ଦେହ କରିଛି |

ସମ୍ବନ୍ଧିତ ଖବର