ପରିବାର ଲୋକେ ଶୋଇଥିବା ବେଳେ ଘରେ ତାଲା ଦେଇ ଦୁଇ ସପ୍ତମ ଶ୍ରେଣୀ ବାଳିକା ଫେରାର୍‌

ରାୟଗଡ଼ା: ପରିବାର ଲୋକେ ଶୋଇଥିବା ବେଳେ ଘରେ ତାଲା ପକାଇ ଗୁରୁବାର ପ୍ରତ୍ୟୁଷରେ ଟାଉନ୍‌ ଥାନା ଅନ୍ତର୍ଗତ ମେନ୍‌ ରୋଡ୍‌ ଏବଂ ନିୟୁ କଲୋନୀ ଅଞ୍ଚଳର ଦୁଇ ଜଣ ନାବାଳିକା ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି।

ସେମାନେ ହେଉଛନ୍ତି ମେନ୍‌ ରୋଡ୍‌ ଅଞ୍ଚଳର ମଞ୍ଜୁଲତା ଦତ୍ତ ଏବଂ ନିୟୁ କଲୋନି ଅଞ୍ଚଳର ସମୀକ୍ଷା ଦାଶ। ଉଭୟ ଘନିଷ୍ଠ ବାନ୍ଧବୀ ଏବଂ ସେକ୍ରେଡ୍‌ ହାର୍ଟ ସ୍କୁଲ୍‌ରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରନ୍ତି।

ସକାଳେ ସେମାନଙ୍କ ପରିବାର ଲୋକେ କବାଟ ଖୋଲିବାରେ ବିଫଳ ହେବାରୁ ସମ୍ପର୍କୀୟମାନଙ୍କୁ ଡାକିଥିଲେ। ସେମାନେ ଆସି ତାଲା ଭାଙ୍ଗିବା ପରେ ଦୁହିଁଙ୍କ ପରିବାର ଲୋକେ ଟାଉନ୍‌ ଥାନାକୁ ଯାଇ ଝିଅମାନେ ଘରଛାଡ଼ି ଚାଲିଯାଇଥିବା ବିଷୟରେ ଅଭିଯୋଗ କରିଥିଲେ।

ଟାଉନ୍‌ ଥାନା ପୁଲିସ ମାମଲା ରୁଜୁ କରି ଏ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ପର୍ଯ୍ୟନ୍ତ ଦୁଇ ନିରୁଦ୍ଦିଷ୍ଟ ବାଳିକାଙ୍କର ସନ୍ଧାନ ମିଳିନାହିଁ।

ଦୁହେଁ ସେମାନଙ୍କ ଘରେ ଚିଠି ମଧ୍ୟ ଛାଡ଼ି ଯାଇଥିବା କଥା ଜଣାପଡ଼ିଛି। କିନ୍ତୁ, ସେଥିରେ ସେମାନେ କ’ଣ ଲେଖିଛନ୍ତି ତାହା ପୁଲିସ କି, ପରିବାର ଲୋକେ କହୁ ନାହାନ୍ତି।

ସମ୍ବନ୍ଧିତ ଖବର