ଆସ୍ଥା ପକ୍ଷରୁ ପାଳିତ ହେଲା ଆନ୍ତର୍ଜାତିକ ମହିଳା ଦିବସ

ନାରୀ ଆରମ୍ଭରୁ ସଶକ୍ତ:ଡାକ୍ତର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ରାଉରକେଲା:ରାଉରକେଲାର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ସ୍ଥାନୀୟ ଭଞ୍ଜ ଭବନ ପ୍ରେକ୍ଷାଳୟ ଠାରେ ଗତ ତା ୧୭ ରିଖ ଦିନ ମହା ସମାରୋହରେ ପାଳିତ ହୋଇଯାଇଛି ।

ଉକ୍ତ ସମାରୋହରେ ସାଧ୍ଵୀ ଆଦି ମାତା ଚିନ୍ମୟୀ କଲ୍ପନା ମୋହାନ୍ତ (ଅହମଦାବାଦ Unicon ଆଶ୍ରମ) ମୁଖ୍ୟ ଅତିଥି ଡାକ୍ତର ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ( ବିଶିଷ୍ଟ ଲେଖିକା ତଥା ପ୍ରାଧ୍ୟାପିକା , ବ୍ୟାସ ନଗର ସ୍ଵୟଂ ଶାସିତ ମହାବିଦ୍ୟାଳୟ ), ଅନିତା ଅଗରୱାଲ ( ସମାଜ ସେବୀ ) ସମ୍ମାନିତ ଅତିଥିଙ୍କ ସହିତ ମନୋରଞ୍ଜନ ମିଶ୍ର (ମୁଖ୍ୟ ପ୍ରମେୟ ରାଉରକେଲା ସଂସ୍କରଣ),  ପ୍ରଶାନ୍ତ ବେହେରା (ସାଧାରଣ ସମ୍ପାଦକ ରାଉରକେଲା ଶ୍ରମିକ ସଂଘ) ନିମନ୍ତ୍ରିତ ଅତିଥି ରୂପେ ସମାରୋହରେ ଯୋଗ ଦେଇଥିଲେ ।

ଆସ୍ଥା ଅନୁଷ୍ଠାନର ଅଧକ୍ଷ୍ୟ ଶ୍ରୀ ଆର୍ତ୍ତ ଭଞ୍ଜନ ମଲ୍ଲିକ, ନିର୍ଦ୍ଦେଶକ  ସୁରେଶ ମାଝି, ସଭାପତି ବିଷ୍ଣୁ ମୋହନ ମିଶ୍ର, ଉପ ସଭାପତି ରାଜକୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ଆଲୋକ ଜେନା ମଞ୍ଚରେ ଉପସ୍ଥିତ ଥିଲେ।

ନାରୀ ଆରମ୍ଭରୁ ସଶକ୍ତ ବୋଲି ନାରୀ ସଶକ୍ତି କରଣ ଦିଗରେ ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ବ୍ୟକ୍ତ କରିଥିଲେ।  ଅନ୍ୟତମ ବିଶିଷ୍ଟ ଅତିଥି ଲେଖିକା ଆଧୁନିକ ସମାଜରେ ନାରୀ କିପରି ବିଭିନ୍ନ ଦିଗରେ ଆଗରେ ଆଜି ରହି ପାରୁଛି ବୋଲି ବୁଝାଇ ଥିଲେ । ନିମନ୍ତ୍ରିତ ଅତିଥି ପ୍ରଶାନ୍ତ ବେହେରା ଓ ମନୋରଞ୍ଜନ ମିଶ୍ର ଆସ୍ଥାର ମହିଳାମାନଙ୍କ ପାଇଁ ଏପରି ବଡ ସମାରୋହର ଆୟୋଜନ ପାଇଁ ସାଧୁବାଦ ଜଣାଇଥିଲେ ।

ପ୍ରାରମ୍ଭରେ ଆସ୍ଥାର ସାଙ୍ଗଠନିକ ସମ୍ପାଦିକା ଜ୍ୟୋତ୍ସ୍ନା ନନ୍ଦ ସ୍ଵାଗତ ଭାଷଣ ସହ ସମସ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସାଂସ୍କୃତିକ ସହାୟିକା ଶୁଭଲକ୍ଷ୍ମୀ ପାତ୍ର ଅନୁଷ୍ଠାନର କାର୍ଯ୍ୟ ସମୀକ୍ଷା ଉପରେ ସଂକ୍ଷିପ୍ତ ବିବରଣୀ ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦିକା ଶିବାନୀ ରାଣା ମହିଳା ଦିବସରେ ଆସ୍ଥାର ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନ ଉପରେ ଆଲୋକପାତ କରିଥିଲେ ।

ଅବଶେଷରେ ଅମ୍ରୀତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଧ୍ୟାତ୍ମିକତା, କବିତ୍ଵ, ଶିକ୍ଷା, ଡାକ୍ତର, ନର୍ସ, ସମାଜସେବା ଓ ସଂଯୋଜନା ପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବିଶିଷ୍ଟ ନାରୀ ସମ୍ମାନରେ ସାଧ୍ଵୀ ଚିନ୍ମୟୀ, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ବିଶ୍ଵ କଲ୍ୟାଣୀ ଦାସ, ସୁଜାତା ପ୍ରଧାନ, ପୂଜା ପତି, ବିଷ୍ଣୁ ପ୍ରିୟା ସ୍ଵାଇଁ, ସୁକେଶିନୀ ଲେଙ୍କା ଓ ମୋନାଲିସା ସାହୁଙ୍କୁ ସମର୍ଦ୍ଧନା ଦିଆ ଯାଇଥିଲା ।

ଅନୁରୂପ ଭାବରେ ସମ୍ବାଦିକତା କ୍ଷେତ୍ରରେ ପ୍ରସିଦ୍ଧି ହାସଲ କରିଥିବା ନାରୀ ଅମିତା ଆଚାର୍ଯ୍ୟ, ସସ୍ମିତା ପୃଷ୍ଟି, ରୀନା ରାମ, ରଞ୍ଜୀତା ବେହେରା ଓ ଶୁଭଶ୍ରୀ ଦାସଙ୍କୁ ବିଶିଷ୍ଠ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ କାର୍ଯ୍ୟକ୍ରମରେ ରାଉରକେଲାର ନାରୀ ନେତୃତ୍ଵ ସାମାଜିକ ଅନୁଷ୍ଠାନ ମାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସମ୍ମଳିତ କଣ୍ଠରେ ସଂଗୀତଗାନ ଓ ନୃତ୍ୟାନୁଷ୍ଠାନ (ନୃତ୍ୟାଙ୍ଗନା, ରୋଜା ନୃତ୍ୟାନୁଷ୍ଠାନ ଓ ସୃଷ୍ଟି ମଡେଲ ସ୍କୁଲ) ର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ । ଆସ୍ଥାର ନୂତନ ଭାବରେ ଗଠିତ ଫ୍ୟାସନ ଶାଖା (stylishness) ର ସଦସ୍ୟ ବିପ୍ଳବିନି ବ୍ରହ୍ମା, ଦୀପାଳି ପଣ୍ଡା, ସାଗରିକା ମହାନ୍ତି ଓ ସୋମ୍ୟଶ୍ରୀ ନାୟକ ଓ ବିଚାରିକା ସସ୍ମିତା ଜେନା ଓ ମାନସୀ ସିଂଙ୍କ ଅଧକ୍ଷତାରେ ଏକ ରାମ୍ପ ପ୍ରତିଯୋଗୀତା  ହୋଇଥିଲା।

ସନ୍ଧ୍ୟା ସମୟରେ ଚିତାକର୍ଷକ ରାମ୍ପ ୱାକ ଦର୍ଶକମାନଙ୍କ ପାଇଁ ଶାଖା ପକ୍ଷରୁ ଭେଟି ଦିଆ ଯାଇଥିଲା । ସମାରୋହକୁ ଅଞ୍ଜେଲିନା ଜେନା, ସମ୍ବର୍ଦ୍ଧନ ସନ୍ଧ୍ୟାକୁ କୁନୁ ରାଣୀ ବିଶ୍ଵାଳ ଏବଂ ରାମ୍ଫ ୱାକକୁ ଭୁବନେଶ୍ବରରୁ ଆସିଥିବା ବିଶିଷ୍ଠ ଉଦ୍ଘୋଷକ ବିଶ୍ଵଜିତ ନାୟକ ସଂଚାଳନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଆସ୍ଥାର ସଦସ୍ୟ ବିଷ୍ଣୁପ୍ରିୟା ସ୍ଵାଇଁ, ପୁର୍ଣ୍ଣିମା ଭଟ୍ଟାଚାର୍ଜ୍ୟ, ଅଶ୍ଵିନୀ ସିଂହ, ରେଣୁ ଜେନା, ପ୍ରଜ୍ଞା ପରିମିତା ଦାସ, ମଧୁମିତା ପଣ୍ଡା, ଅଶୋକ ପଟେଲ, ବୈଜୟନ୍ତୀ ବକ୍ସି, ସରୋଜିନୀ ପତି, ରୀନା ରାଣୀ, ଦିଲ୍ଲୀପ ବେରିଆ, ଟୁନା ଗଉଡ, ତପସ୍ଵିନୀ ପାତ୍ର, ବିଦିତ ପ୍ରଧାନ, କ୍ଷିତିଶ ଜେନା, ପର୍ଶୁରାମ ମଲିକ, ଅନ୍ତର୍ଯ୍ୟାମି ରାଉତ, ବିଭୁତି ଗୁପ୍ତାଙ୍କ ସହ ମନୀଷା ଜେନା ସମ୍ପୂର୍ଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର