ମହିଳାଙ୍କୁ ହତ୍ୟା ଘଟଣା: ୭୨ ଘଣ୍ଟା ପରେ ବି ମିଳିନି ପରିଚୟ

ସୋନପୁର: ଗତ ବୁଧବାର ରାତିରେ ଜଣେ ଅଜଣା ମହିଳାକୁ ନୃଶଂସ ଭାବରେ ହତ୍ୟା କରି ଦୁର୍ବୃତ୍ତତମାନେ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ବହିରଖମନ ଗ୍ରାମର ଏକ ଜମିରେ ଫିଙ୍ଗିଦେଇ ଫେରାର ହୋଇ ଯାଇଥିଲେ। ଗତ ୨୩ ତାରିଖ ସକାଳେ ଲୋକମାନେ ମହିଳାଙ୍କ ଶବ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଏସ୍‌ପି ପ୍ରଫୁଲ୍ଲ ପାତ୍ର, ଏଏସପି ପୀତନାଥ ମାଝୀ, ଏସଡିପିଓ ଭବାନୀଶଙ୍କର ଉଦ୍‌ଗାତା, ତରଭା ଆଇଆଇସି ସୁରୁବାବୁ ଛତ୍ରିଆ ପ୍ରମୁଖ ସାଇଣ୍ଟିଫିକ୍‌ ଟିମ ସହିତ ତଦନ୍ତ ଆରମ୍ଭ କରିଥିଲେ। ତେବେ ଶବ ବ୍ୟବଚ୍ଛେଦରୁ ଦୁଷ୍କର୍ମ ହୋଇନଥିବା ସୂଚନା ଦିଆଯାଇଥିଲା। ଏହି ଘଟଣାର ୭୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ସଂପୃକ୍ତ ମହିଳାଙ୍କ ପରିଚୟ ମିଳିପାରି ନାହିଁ। ଫଳରେ ପୁଲିସର ତଦନ୍ତ ଆଗକୁ ବଢିପାରି ନାହିଁ। ଏହି ମହିଳାଙ୍କୁ କିଏ କାହିଁକି, କେଉଁଠି ହତ୍ୟା କଲା ଓ ଏଠାରେ ଆଣି ପକାଇଲା ତାହା ପ୍ରଶ୍ନବାସୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର