‘ଦମନ’କୁ କରମୁକ୍ତ କରିବାକୁ ଜନସ୍ବାର୍ଥ ମାମଲା

କଟକ : ଓଡ଼ିଆ ଚଳଚ୍ଚିତ୍ର ‘ଦମନ’କୁ କର ମୁକ୍ତ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି।

ହାଇକୋର୍ଟର ଆଇନଜୀବୀ ଆଶିଷ କୁମାର ମିଶ୍ରଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ‘ଦମନ’ ଚଳଚ୍ଚିତ୍ର ସାରା ରାଜ୍ୟର ବିଭିନ୍ନ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ପ୍ରଦର୍ଶନ କରାଯାଇଥିବା ପ୍ରସଂଗ ସାଧାରଣ ଲୋକଙ୍କୁ ଅନୁପ୍ରାଣିତ କରିବା ଭଳି। ଏଭଳି ଚଳଚ୍ଚିତ୍ର ସମାଜର ସବୁବର୍ଗର ଲୋକ ଦେଖିବା ଉଚିତ ହେବ। କିନ୍ତୁ, ବର୍ତ୍ତମାନ ଚଳଚ୍ଚିତ୍ରର ଟିକେଟ ଦର ବହୁତ ରହୁଛି। ଏଭଳି ସ୍ଥିତିରେ ଗାଁ ଗହଳିରେ ସାଧାରଣ ଲୋକ ଟିକେଟ କରି ସିନେମା ହଲରେ ଦମନ ଚଳଚ୍ଚିତ୍ର ଦେଖିବା କଷ୍ଟ। ଏହି ଚଳଚ୍ଚିତ୍ରକୁ ସଂପୂର୍ଣ୍ଣ ଭାବେ କର ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ପୂର୍ବରୁ ବହୁ ଚଳଚ୍ଚିତ୍ରକୁ କରମୁକ୍ତ କରାଯାଇଥିବା ନଜିର ରହିଛି। ଏହି ଚଳଚ୍ଚିତ୍ର ମଧ୍ୟ କରମୁକ୍ତ କରାଯିବା ପାଇଁ ସବୁ ଯୋଗ୍ୟତା ରଖିଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଆବେଦନରେ ରାଜ୍ୟ ଶଳ୍ପ ବିଭାଗ, ରାଜସ୍ବ ବିଭାଗ ଓ ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର