‘ମୁଁ ଚାହେଁନି ମୋ ପିଲାମାନେ ମୋତେ ଆଡଲଟ୍‌ କମେଡି କରୁଥିବାର ଦେଖନ୍ତୁ’ : ଅରସାଦ୍‌ ଓ୍ଵାରସୀ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅରସାଦ୍‌ ଓ୍ଵାରସୀ ଏବେ ଆଡଲଟ୍‌ କମେଡି କରିବାକୁ ନେଇ ନିଜର ମତ ରଖିଛନ୍ତି । କିଛି ଦିନ ତଳେ ତାଙ୍କର ରିଲିଜ୍‌ ହୋଇଥିବା କମେଡି ଫିଲ୍ମ ‘ଟୋଟାଲ ଧମାଲ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଥିବା ବେଳେ ଏବେ ସେ ଆଡଲଟ୍‌ କମେଡି ଥିବା ଫିଲ୍ମ କେବେ ବି କରିବେ ନାହିଁ ବୋଲି କହିଛନ୍ତି । ଏଭଳି ଫିଲ୍ମ କରିବା ପାଇଁ ତାଙ୍କୁ ଅସହଜ ଲାଗୁଥିବା ସହ ତାଙ୍କ ପିଲାମାନେ ତାଙ୍କୁ ଏଭଳି କମେଡି କରୁଥିବାର ଦେଖନ୍ତୁ ବୋଲି ସେ ଚାହୁଁ ନଥିବା କହିଛନ୍ତି ।

Mid-Day

ତାଙ୍କ କହିବା ଅନୁଯାୟୀ, “ମୁଁ କେବେ ହେଲେ ଆଡଲଟ୍‌ କମେଡି କରିବି ନାହିଁ । ପୂର୍ବରୁ କରି ନାହିଁ କି ଆଗକୁ ମଧ୍ୟ କରିବି ନାହିଁ । ମୁଁ ଅନ୍ୟମାନଙ୍କୁ ଜଜ୍‌ କରୁ ନାହିଁ । ଯଦି କିଏ ଏଭଳି କମେଡି କରିବାରେ ସହଜ ମନେ କରୁଛି ସେ କରି ପାରିବ । କିନ୍ତୁ ମୁଁ କେବେ ହେଲେ ସେଭଳି କମେଡି କରି ପାରିବି ନାହିଁ । ମୋତେ ପୂର୍ବରୁ ଅନେକ ଥର ଆଡଲଟ୍‌ କମେଡି ଥିବା ଫିଲ୍ମ ପାଇଁ ଅଧିକ ଟଙ୍କା ଦିଆ ଯାଇ ଅଫର କରାଯାଇଛି । କିନ୍ତୁ ମୁଁ କେବେ ହେଲେ ଟଙ୍କା ଲୋଭରେ ସେଭଳି ଫିଲ୍ମ କରି ନାହିଁ । ଆଗକୁ ମଧ୍ୟ କରିବି ନାହିଁ । ମୁଁ ଚାହେଁନି ମୋ ପିଲାମାନେ ମୋତେ ଆଡଲଟ୍‌ କମେଡ଼ି କରୁଥିବା ଦେଖି ଅସହଜ ମନେ କରନ୍ତୁ” ବୋଲି କହିଛନ୍ତି ଅରସାଦ୍‌ ।

ସମ୍ବନ୍ଧିତ ଖବର