ଆଗାମୀ କିଛି ମାସରେ ୩୦ କୋଟି ଭାରତୀୟଙ୍କୁ କରୋନା ଟିକା ଦିଆଯିବ : ମୋଦୀ

ନୂଆଦିଲ୍ଲୀ : ମାତ୍ର ୧୨ ଦିନରେ ଭାରତ ପ୍ରାୟ   ୨୩ ଲକ୍ଷ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦେଇପାରିଛି । ଆଗାମୀ କିଛି ମାସ ମଧ୍ୟରେ ଭାରତ ପ୍ରାୟ ୩୦ କୋଟି ଲୋକ, ବିଶେଷକରି ବୃଦ୍ଧ ଓ ଅନ୍ୟରୋଗ ଥିବା ବ୍ୟକ୍ତିଙ୍କୁ ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓ୍ବାର୍ଲଡ ଇକନୋମିକ ଫୋରମକୁ ଉଦବୋଧନ ଦେଇ ସେ କହିଛନ୍ତି ଯେ ଆଜିର ଏହି ନିରାଶାପୂର୍ଣ୍ଣ ସମୟରେ ସେ ୧୩୦ କୋଟି ଭାରତୀୟଙ୍କ ତରଫରୁ ଆଶା ଓ ଆତ୍ମବିଶ୍ବାସର ବାର୍ତ୍ତା ନେଇ ଆସିଛନ୍ତି । ସଂକଟର ଏହି ସମୟରେ ଭାରତ ବିଶ୍ବ ସମୁଦାୟ ପ୍ରତି ନିଜର ଦାୟିତ୍ବକୁ ନିର୍ବାହ କରିଚାଲିଛି । ବିମାନ ଚଳାଚଳ ବନ୍ଦ ଥିବାବେଳେ ଭାରତ ପ୍ରାୟ ୧ ଲକ୍ଷ ବିଦେଶୀ ନାଗରିକଙ୍କୁ ନିଜ ନିଜ ଦେଶକୁ ପଠାଇଛି ଓ ପ୍ରାୟ ୧୫୦ ଦେଶକୁ ଅତ୍ୟାବଶ୍ୟକ ଔଷଧ ପଠାଇଛି ।

ଏବେ ଭାରତରେ ନିର୍ମିତ ଦୁଇଟି କରୋନା ଟିକା ବିଶ୍ବରେ ପ୍ରଚଳିତ ଅଛି । ଆଗାମୀ ଦିନରେ ଆଉ କେତେକ ଭାରତ ନିର୍ମିତ ଟିକା ଆସିବ ।ଏବେ ଭାରତ ବିଶ୍ବ ବିଭିନ୍ନ ଦେଶକୁ ଟିକା ପଠାଇ ଲୋକମାନଙ୍କ ଜୀବନ ବଞ୍ଚାଉଛି । ଏହା ସହିତ ଟିକାକରଣ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛି ବୋଲି ମୋଦୀ କହିଛନ୍ତି ।

 

ସମ୍ବନ୍ଧିତ ଖବର