ସୌରଭ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ : ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ତଥା ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ ଦିବ୍ୟାଙ୍ଗଜନ ସଶକ୍ତିକରଣ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଆସନ୍ତ‌ାକାଲି ଠାରୁ ଚଳିତ ମାସ ୨୫ ପର୍ଯ୍ୟନ୍ତ ଏହି ବିଭାଗର ସଚିବ ରାଜେଶ ଅଗ୍ରୱାଲଙ୍କ ଅନୁପସ୍ଥିତିରେ ଶ୍ରୀ ଗର୍ଗ ନିଜ ବିଭାଗ ସହ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ତୁଲାଇବେ। ନିଯୁକ୍ତି ସଂପର୍କିତ କ୍ୟାବିନେଟ୍‌ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର