ଦୁଷ୍କର୍ମ ଅଭିଯୁକ୍ତ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ୭ ଘଣ୍ଟାର ଜେରା ପରେ ଗୃହବନ୍ଦୀ କଲା ଏସ୍‌ଆଇଟି; ଆଶ୍ରମ ହେଲା ସିଲ୍‌

ଶାହାଜାହାନପୁର (ଉତ୍ତରପ୍ରଦେଶ): ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଦୀର୍ଘ ୭ ଘଣ୍ଟାକାଳ ଜେରା କରିବା ପରେ ଗୃହବନ୍ଦୀ କରି ରଖିଛି। ଏଥିସହ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦିବ୍ୟ ଆଶ୍ରମକୁ ମଧ୍ୟ ସିଲ୍‌ କରି ଦେଇଛି ଏସ୍‌ଆଇଟି।

ଉଲ୍ଲେଖଯୋଗ୍ୟ, ଜନୈକା ଆଇନ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱାମୀ ଚିନ୍ମୟାନନ୍ଦ ଛନ୍ଦି ହୋଇ ପଡ଼ିବା ପରେ ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ପେଶାଲ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି) ଗଠିତ ହୋଇଥିଲା। ଏସ୍‌ଆଇଟିର ତଦନ୍ତକାରୀ ଅଧିକାରୀମାନେ ଗତ ଗୁରୁବାର ରାତିରୁ ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ନିଜ ହେପାଜତକୁ ନେଇ ଦୀର୍ଘ ୭ ଘଣ୍ଟା କାଳ ଜେରା କରିବା ପରେ ଆଜି ତାଙ୍କୁ ଗୃହବନ୍ଦୀ କରି ରଖିଛନ୍ତି। ଏଥିସହ ଅଭିଯୁକ୍ତ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦିବ୍ୟ ଆଶ୍ରମର ଗୋଟିଏ କଠୋରିକୁ ବାଦ୍‌ଦେଇ ଆଶ୍ରମର ଅନ୍ୟ ସମସ୍ତ କଠୋରିକୁ ମଧ୍ୟ ସିଲ୍‌ କରି ଦେଇଛି ଏସ୍‌ଆଇଟି।

Matrubhumi

ଉଭୟ ଆଶ୍ରମ ଭିତରେ ଓ ବାହାରେ ବ୍ୟାପକ ପୁଲିସ୍‌ ମୁତୟନ କରା ଯାଇଥିବା ବେଳେ ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଶ୍ରମ ମଧ୍ୟରେ ରହିଥିବା ତାଙ୍କ ବ୍ୟକ୍ତିଗତ ଶୟନ କକ୍ଷର ଫୋରେନସିକ୍‌ ଯାଞ୍ଚ ପାଇଁ  ଫୋରେନସିକ୍‌ ବିଶେଷଜ୍ଞମାନଙ୍କୁ ଡକା ଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏସ୍‌ଆଇଟିର ଜନୈକ ଅଧିକାରୀ।

ସମ୍ବନ୍ଧିତ ଖବର