ଆମେରିକା ଏବଂ ଇସ୍ରାଏଲ୍ ପରେ ଭାରତ ନିଜ ସୀମା ରକ୍ଷା କରିବାରେ ସକ୍ଷମ: ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ନୀତି ବିଶ୍ୱ ସ୍ତରରେ ଗ୍ରହଣୀୟ ହୋଇଛି। ସମଗ୍ର ବିଶ୍ୱ ସହମତ ହୋଇଛି ଯେ, ଆମେରିକା ଏବଂ ଇସ୍ରାଏଲ୍ ପରେ ଯଦି ଅନ୍ୟ କୌଣସି ଦେଶ ଏହାର ସୀମା ରକ୍ଷା କରିବାରେ ସକ୍ଷମ ତେବେ ସେ ହେଉଛି ଭାରତ ବୋଲି ରବିବାର ଦିନ ଏକ ଭର୍ଚୁଆଲ ରାଲି ସହ ବିହାରରେ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରି ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ । ଶାହା ତାଙ୍କ ସମ୍ବୋଧନରେ ଗତ କିଛି ବର୍ଷ ମଧ୍ୟରେ ମୋଦୀ ସରକାରଙ୍କ ବିଭିନ୍ନ ସଫଳତାକୁ ତାଲିକାଭୁକ୍ତ କରିଥିଲେ – ଧାରା ୩୭୦ର ଉଚ୍ଛେଦ ଠାରୁ ଆରମ୍ଭ କରି ତିନ ତାଲାକ୍ ରଦ୍ଦ ପର୍ଯ୍ୟନ୍ତ – ଏବଂ କୋଭିଡ୍ -୧୯ ବିରୋଧୀ ସଂଗ୍ରାମରେ କେନ୍ଦ୍ର ଦ୍ୱାରା ନିଆଯାଇଥିବା ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।

ପ୍ରଥମ ଭର୍ଚୁଆଲ ରାଲିରେ ଗୃହମନ୍ତ୍ରୀ ଭାରତର ପ୍ରତିରକ୍ଷା ନୀତି ବ୍ୟାପକ ମାନ୍ୟତା ପାଇଥିବା ବିଷୟରେ ଆଲୋଚନା କରିଥିଲେ ବୋଲି ଜଣା ପଡିଛି |  ଭାରତର ପ୍ରତିରକ୍ଷା ନୀତି ବିଶ୍ୱ ସ୍ତରରେ ଗ୍ରହଣୀୟ ହୋଇଛି। ସମଗ୍ର ବିଶ୍ୱ ସହମତ ହୋଇଛି ଯେ, ଆମେରିକା ଏବଂ ଇସ୍ରାଏଲ୍ ପରେ ଯଦି ଅନ୍ୟ କୌଣସି ଦେଶ ଏହାର ସୀମା ରକ୍ଷା କରିବାରେ ସକ୍ଷମ ତେବେ ସେ ହେଉଛି ଭାରତ। ଏପରି ଏକ ସମୟ ଥିଲା, ଯେତେବେଳେ ଆମ ସୀମାରେ ଶତ୍ରୁ ଖୁବ ସହଜରେ ପ୍ରବେଶ କରିପାରୁଥିଲେ | କିନ୍ତୁ ଏବେ ଆମ ସେନା ଶତ୍ରୁକୁ ଉଚିତ ଜବାବ ଦେବା ଆରମ୍ଭ କରିଛି | ଉରୀ ଏବଂ ପୁଲବାମାରେ ଆତଙ୍କବାଦୀମାନେ ଆମ ସେନା ଉପରେ ଆକ୍ରମଣ କରିଥିଲା | ଆମେ ଏୟାର ଷ୍ଟ୍ରାଇକ ଓ ସର୍ଜିକାଲ ଷ୍ଟ୍ରାଇକ କରି ତାହାର ଜବାବ ଦେଇଥିଲୁ, ଯାହାକୁ ନେଇ ସାରା ବିଶ୍ୱ ଚର୍ଚ୍ଚା କରିଥିଲା ବୋଲି ସେ କହିଥିଲେ |

When Indira Gandhi tried to subvert democracy...': Amit Shah on ...
Hindustan Times

ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି ତାଙ୍କ ସରକାର ଅନେକ ଅସମ୍ଭବ କାମ କରିଥିବା କହିଥିଲେ ଗୃହମନ୍ତ୍ରୀ ଅମିତ ଶାହା | “ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳରେ ୭୦ ବର୍ଷ ମଧ୍ୟରେ କେହି ଛୁଇଁବାକୁ ସାହସ କରିନଥିବା ସମସ୍ୟାର ସମାଧାନ କରାଯାଇଛି। ମୋଦୀଜୀ ନାଗରିକତା (ସଂଶୋଧନ) ଆଇନ ଆଣିଥିଲେ। ଏହି ଅଧିନିୟମ ଭାରତରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ଏବଂ ସମ୍ମାନ ପ୍ରଦାନ କରିଥିବା ନେଇ ଭିଡିଓ କନଫରେନ୍ସିଂ ଜରିଆରେ ବିହାର ଜନସମଵାଦ ରାଲିରେ ଅମିତ ଶାହା କହିଥିଲେ। ଏହା ସହ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ବିଷୟରେ ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହା ଆଲୋଚନା କରିଥିଲେ ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର