ଆଇଜିଆଇରେ ଏୟାର୍‌ ଇଣ୍ଡିଆ ବିମାନରେ ଧକ୍କା ଖାଇଲା ବ୍ୟାଗେଜ୍‌ ବୁହା ଟ୍ରାକ୍‌ଟର୍‌

ନୂଆଦିଲ୍ଲୀ: ଶନିବାର ଦିନ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଏକ ବ୍ୟାଗେଜ୍‌ ବୁହା ଇଲେକ୍‌ଟ୍ରୋନିକ୍‌ ଟ୍ରାକ୍‌ଟର୍‌ ଏୟାର୍‌ ଇଣ୍ଡିଆର ଏକ ବିମାନ ଉପରେ ଧକ୍କା ଖାଇବାରୁ ସଙ୍ଘାଇ ଅଭିମୁଖେ ଯାଉଥିବା ସେ ବିମାନଟି ୪୫ ମିନିଟ୍‌ ବିଳମ୍ବରେ ଛାଡ଼ିଥିଲା। ଘଟଣା ସମ୍ବନ୍ଧରେ ଏୟାର୍‌ ଇଣ୍ଡିଆ ତରଫରୁ ତଦନ୍ତ ଆରମ୍ଭ ଯାଇ ଘଟଣାରେ ସମ୍ପୃକ୍ତ ଗ୍ରାଉଣ୍ଡ୍‌ ଷ୍ଟାଫ୍‌ଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଏୟାର୍‌ ଲାଇନ୍‌ର ମୁଖପାତ୍ର ଜିପି ରାଓ କହିଛନ୍ତି।

ସଙ୍ଘାଇ ଅଭିମୁଖେ ଯିବାକୁ ବାହାରିଥିବା ଏୟାର୍‌ ଇଣ୍ଡିଆ ୩୮୪ ବିମାନ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅଟକି ଠିଆ ହୋଇଥିବାବେଳେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଘଟଣାଟି ଘଟିଥିଲା। ଯାତ୍ରୀମାନଙ୍କର ବ୍ୟାଗେଜ୍‌ ନେଇ ଯାଉଥିବା ଟାଓ ଟ୍ରକ୍‌ଟି ବୋଇଙ୍ଗ୍‌ ୭୮୭ ବିମାନର ଗୋଟିଏ ଇଞ୍ଜିନ୍‌ରେ ଧକ୍କା ଖାଇଥିଲା। ଦିବା ୧୧ ଘଟିକା ୪୦ ମିନିଟ୍‌ରେ ବିମାନଟି ଉଡ଼ାଣ ଆରମ୍ଭ କରିବ ବୋଲି ଧାର୍ଯ୍ର୍ୟ କରାଯାଇଥିଲା ଏବଂ ସେ ପର୍ଯ୍ୟନ୍ତ ବିମାନେ ଯାତ୍ରୀ ଚଢ଼ିବା ଆରମ୍ଭ କରି ନ ଥିଲେ।

ସମ୍ବନ୍ଧିତ ଖବର