ଭୂମି ପୂଜନ ପୂର୍ବରୁ ହନୁମାନ ଗଦିରେ ପୂଜା କରିବେ ମୋଦୀ, ରାମାୟଣ ଏନ୍‌ସାଇକ୍ଲୋପେଡ଼ିଆର ପ୍ରଚ୍ଛଦ ପୃଷ୍ଠା ହେବ ଉନ୍ମୋ‌ଚନ

ଲକ୍ଷ୍ନୌ: ଆସନ୍ତା ଅଗଷ୍ଟ ୫ରେ ହେବାକୁ ଥିବା ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ହନୁମାନ ଗଦି‌ରେ ପୂଜାର୍ଚ୍ଚନା କରିବେ। ଏହି ପୂଜା ୭ ମିନିଟ୍‌ ପାଇଁ ଅନୁଷ୍ଠିତ ହେବ ବୋଲି ହନୁମାନ ଗଦିର ପୂଜକ ମହନ୍ତ ରାଜୁ ଦାସ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୂଜା ଅବସରରେ ହନୁମାନ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ା‌ଇ ଦିଆଯାଇଛି। କୋଭିଡ ଗାଇଡଲାଇନ ପାଳନ କରି ପ୍ରଧାନମନ୍ତ୍ରୀ ଭଗବାନ ହନୁମାନଙ୍କୁ ପୂଜାର୍ଚ୍ଚନା କରିବେ ବୋଲି ମହନ୍ତ ରାଜୁ ଦାସ କହିଛନ୍ତି।

ଅପରପକ୍ଷେ, ଅଗଷ୍ଟ ୫ରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ହନୁମାନ ମନ୍ଦିର ପକ୍ଷରୁ ୧.୨୫ ଲକ୍ଷ ଲଡୁ ବଣ୍ଟାଯିବ ବୋଲି ମହନ୍ତ ରାଜୁ ଦାସ କହିଛନ୍ତି। ସେହିଭଳି ଅଗଷ୍ଟ ୫ରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ରାମାୟଣ ଏନ୍‌ସାଇକ୍ଲୋପେଡ଼ିଆର ପ୍ରଚ୍ଛଦ ପୃଷ୍ଠା ଉନ୍ମୋଚିତ କରିବେ। ଏହି ରାମାୟଣ ଏନ୍‌ସାଇକ୍ଲୋପେଡ଼ିଆରେ ଅନେକ ଅଧ୍ୟାୟ ରହିବ। ଏଥିରେ ଅଯୋଧ୍ୟାର ପ୍ରାଚୀନ ଇତିହାସ, ସାଂସ୍କୃତିକ ଓ ଧାର୍ମିକ ତଥ୍ୟ ଏବଂ ଭଗବାନ ରାମଙ୍କ ସମ୍ପର୍କରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିବ ‌ବୋଲି ଅଯୋଧ୍ୟାର ମେୟର ଋଷିକେଶ ଉପାଧ୍ୟାୟ କହିଛନ୍ତି।

ସମ୍ବନ୍ଧିତ ଖବର