ହାଇଦ୍ରାବାଦ୍‌ରେ ଭିକ୍ଷାବୃତ୍ତି ମନା: ପୁଲିସ୍‌ ଜାରି କଲା ନୋଟିସ

ହାଇଦ୍ରାବାଦ: ଦୁର୍ଘଟଣା ରୋକିବା ପାଇଁ ହାଇଦ୍ରାବାଦ ମୁଖ୍ୟ ରାସ୍ତା କଡ଼ରେ ବସି ଭିକ୍ଷାବୃତ୍ତି କରୁଥିବା ଭିକ୍ଷୁକମାନେ ଆଉ ସେଠାରେ ଭିକ୍ଷା ମାଗିପାରିବେ ନାହିଁ ବୋଲି ନୂତନ ନିୟମ ଲାଗୁ ହୋଇଛି। ଆଜି ସକାଳ ୬ଟା ସମୟରେ ସିଟି ପୁଲିସ୍‌ କମିସନର ଏକ ନୋଟିସ୍‌ ଜାରି କରିଛନ୍ତି। ଆଜିଠାରୁ ନେଇ ୨ ମାସ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳରେ ଭିକ୍ଷୁକମାନେ ଭିକ୍ଷାବୃତ୍ତି କରିପାରିବେ ନାହିଁ।

ଏହି ନୋଟିସ୍‌ ଜରିଆରେ ହାଇଦ୍ରାବାଦ ସିଟି ପୁଲିସ୍‌ କମିସନର ଏମ୍‌ ମହେନ୍ଦ୍ର ରେଡ୍ଡି କହିଛନ୍ତି,‘କେତେ ବ୍ୟକ୍ତି ନିହାତି ଅଭଦ୍ରଙ୍କ ପରି ବେଶଭୂଷା ହୋଇ ଭିକ୍ଷା ବୃତ୍ତି କରୁଛନ୍ତି। ନିଜେ ଭିକ୍ଷା ମାଗିବା ସହ ଛୋଟପିଲା ଏବଂ ଦିବ୍ୟାଙ୍ଗଙ୍କୁ ବି ଭିକ୍ଷା ବୃତ୍ତିରେ ନିୟୋଜିତ କରୁଛନ୍ତି। ଏପରି ଅବାସ୍ତବ ଏବଂ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାପରେ ଯାନ ଚାଳକମାନେ ଅନ୍ୟମନସ୍କ ହୋଇ ଦୁର୍ଘଟଣାର ଶିକାର ହେଉଛନ୍ତି। ଫଳରେ ସର୍ବସାଧାରଣ ଏବଂ ମୁଖ୍ୟରାସ୍ତାରେ ଭିକ୍ଷାବୃତ୍ତିକୁ ଆଜି ସକାଳଠାରୁ ୨ ମାସ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।’

ଆହୁରି ବି କହିଛନ୍ତି ଏହାକୁ ଯିଏ ଅବମାନନା କରିବାକୁ ଚେଷ୍ଟା କରିବେ ଭାରତୀୟ ପେନାଲ୍‌ କୋର୍ଡର ୧୮୮ ଧାରା ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯିବ।

ସମ୍ବନ୍ଧିତ ଖବର