କେନ୍ଦ୍ର ଓ ରାଜ୍ୟଗୁଡ଼ିକ ଉପରେ ଏୟାର ଇଣ୍ଡିଆର ବକେୟା ପଡ଼ିଛି ୪୯୮ କୋଟି ଟଙ୍କା: ମନ୍ତ୍ରୀ

ନୂଆଦିଲ୍ଲୀ: ଭିଭିଆଇପିଙ୍କ ଯାତ୍ରା, ନିରାପତ୍ତା କାର୍ଯ୍ୟ, ବିଦେଶୀ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯାତ୍ରା ବାବଦରେ ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଉଭୟ କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ଉପରେ ଏୟାର ଇଣ୍ଡିଆର ୪୯୮.୧୭ କୋଟି ଟଙ୍କା ବକେୟା ପଡ଼ିଛି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଆଜି (ବୁଧବାର) କହିଛନ୍ତି।

ଭିଭିଆଇପିଙ୍କ ଯାତ୍ରା ବାବଦରେ ରାଜ୍ୟ ତଥା କେନ୍ଦ୍ର ସରକାର ୮୪.୫୭ କୋଟି, ବିଦେଶୀ ମାନ୍ୟଗଣ୍ୟଙ୍କ ଯାତ୍ରା ପାଇଁ ୧୨.୬୧ କୋଟି ଟଙ୍କା ଉଦ୍ଧାର କାର୍ଯ୍ୟ ପାଇଁ ୯.୬୭ କୋଟି ଏବଂ ଅନ୍ୟାନ୍ୟ ବକେୟା ଦେୟ ବାବଦରେ ୩୯୧.୩୨ କୋଟି ଟଙ୍କାର ବକେୟା ରଖିଛନ୍ତି ବୋଲି ମନ୍ତ୍ରୀ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ କହିଛନ୍ତି।

ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ଏହି ଜାତୀୟ ବିମାନ ପରିବହନ କମ୍ପାନି ୨୦୧୯-୨୦ ରେ ୭.୯୮୨ କୋଟି ଟଙ୍କାର କ୍ଷତି ହୋଇଛି। ୨୦୧୮-୧୯ରେ ଏହି କ୍ଷତିର ପରିମାଣ ଥିଲା ୮.୫୫୬ କୋଟି ଟଙ୍କା।

ଉଲ୍ଲେଖଯୋଗ୍ୟ, ଆର୍ଥିକ କ୍ଷତି ଓ ଋଣଭାରରେ ବୁଡ଼ି ରହିଥିବା ଏହି ଜାତୀୟ ବିମାନ ପରିବହନ କମ୍ପାନିର ସମ୍ପୂର୍ଣ୍ଣ ଅଂଶକୁ ବିକ୍ରୟ କରି ଦେବାକୁ ସରକାର ଏବେ ପ୍ରକ୍ରିୟା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର