ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ : କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଓକିଲଙ୍କ ମାଡ ପ୍ରତିବାଦରେ ଆଜି ଧର୍ମଘଟରେ ବସିଥିବା ଦିଲ୍ଲୀ ପୁଲିସ କର୍ମଚାରୀମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି । ଦୋଷୀ ଓକିଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରତ ପୁଲିସ କର୍ମଚାରୀମାନେ ଧାରଣା ସମାପ୍ତ କରିବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଶନିବାରଦିନ ତିସ ହଜାରି କୋର୍ଟରେ ହୋଇଥିବା ଏହି ହିଂସା ମାମଲାରେ ଗୃହମନ୍ତ୍ରାଳୟ ହସ୍ତକ୍ଷେପ କରିବା ପରେ ଅଭିଯୁକ୍ତ ଦୁଇ ଓକିଲଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଛି । ଅନ୍ୟପକ୍ଷରେ ଓକିଲଙ୍କ ଆନ୍ଦୋଳନରେ ହସ୍ତକ୍ଷେପ କରିଛି ବାର କାଉନସିଲ ଅଫ ଇଣ୍ଡିଆ । ଆନ୍ଦୋଳନ ବନ୍ଦ କରି ତୁରନ୍ତ କୋର୍ଟ କାର୍ଯ୍ୟ ଆରମ୍ଭ କରିବା ଲାଗି ବାର କାଉନସିଲ ପକ୍ଷରୁ ଓକିଲମାନଙ୍କୁ କୁହାଯାଇଛି ।

ସମ୍ବନ୍ଧିତ ଖବର