ଆଣ୍ଡାମାନରେ ଏକ ବୃହତ ସାମରିକ ଘାଟି ପ୍ରତିଷ୍ଠା କରୁଛି ଭାରତ, ୧୦ ବର୍ଷରେ କାର୍ଯ୍ୟକ୍ଷମ ହେବ

ନୂଆଦିଲ୍ଲୀ : ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭାରତ ନିକଟରେ ଏକ ନୌସେନା ଘାଟି ଖୋଲିଥିଲା । ଏହାର ନାଁ ରହିଛି ଆଇଏନଏସ କୋହସା । କିନ୍ତୁ ଏହା ଭାରତର ଏକ ବୃହତ ରଣନୀତିର ଅଂଶ ବୋଲି ଜଣାପଡିଛି । ଭାରତ ମହାସାଗର ଅଂଚଳରେ ଚୀନର ପ୍ରାର୍ଦୁର୍ଭାବ ବଢୁଥିବାରୁ ଭାରତ ଏଠାରେ ଏକ ବଡ଼ ଧରଣର ସାମରିକ ଘାଟି ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ଏକ ୧୦ ବର୍ଷିଆ ଯୋଜନା ପ୍ରସ୍ତୁତ କରାଯାଇଛି ଓ ଏଥିରେ ସରକାର ପ୍ରାୟ ୫୬୫୦ କୋଟି ଟଙ୍କା ବ୍ୟୟ କରିବେ । କିନ୍ତୁ ଆଗକୁ ଏହି ବ୍ୟୟ ବରାଦକୁ ଆବଶ୍ୟକ ପଡିଲେ ୧୦ ହଜାର କୋଟିକୁ ବୃଦ୍ଧି କରାଯିବ । ଏହି ଯୋଜନା ଅନୁସାରେ ଆଣ୍ଡାମାନରେ ପ୍ରତିଷ୍ଠା ହେବାକୁ ଥିବା ସାମରିକ ଘାଟିରେ ଯୁଦ୍ଧ ଜାହଜ, ଡ୍ରୋନ, ଲଢୁଆ ବିମାନ,ମିସାଇଲ ଓ ଆଣ୍ଟି ବାଲିଷ୍ଟିକ ମିସାଇଲ ଏବଂ ପଦତିକ ସୈନ୍ୟ ରହିବେ । ଚୀନ ଆଡୁ ବିପଦ ବଢୁଥିବାରୁ ଭାରତ ଏପରି ପଦକ୍ଷେପ ନେଇଛି । ନିକଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ବସିଥିବା ଡିଫେନ୍ସ ପ୍ଲାନିଂ କମିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ନିକଟରେ  ଭାରତ ଆଣ୍ଡାମାନ-ନିକୋବର ଦ୍ୱୀପରେ ଭାରତ ନିଜର ତୃତୀୟ ନୌସେନା ଘାଟି ଖୋଲିଛି । ଏହି ନୌସେନା ଘାଟିର ନାମକରଣ କରାଯାଇଛି ଆଇଏନଏସ କୋହାସା । ଏଠାରେ ଯୁଦ୍ଧପୋତ ନିୟୋଜିତ କରାଯିବା ସହିତ ବୁଡା ଜାହାଜ ଓ ଯୁଦ୍ଧବିମାନ ମୁତୟନ କରାଯିବ। ଗୁରୁବାର ଉତ୍ତର ଆଣ୍ଡାମାନର ଦିଗଲିପୁରଠାରେ ନୌସେନା ମୁଖ୍ୟ ଆଡମିରାଲ୍ ସୁନିଲ୍ ଲାମ୍ବା ଏହାକୁ ଉଦଘାଟନ କରିଛନ୍ତି ।

ସମ୍ବନ୍ଧିତ ଖବର