ଓମିକ୍ରନ୍ ଆକ୍ରାନ୍ତ ବ୍ୟକ୍ତି ଘରୋଇ ଲାବରୁ ନେଗେଟିଭ ରିପୋର୍ଟ ନେଇ ଦୁବାଇ ପଳାଇଛନ୍ତି : କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ : ଆଜି ଦୁଇଟି ଓମିକ୍ରନ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଭାରତରେ ଏହାକୁ ନେଇ ଚିନ୍ତା ବଢିଯାଇଛି । ବେଙ୍ଗାଲୁରୁରେ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ୬୬ ବର୍ଷ ବୟସ୍କ ବ୍ୟକ୍ତି ଜଣକ ଦକ୍ଷିଣ ଆଫ୍ରିକାର ନାଗରିକ ଓ ସେ ନଭେମ୍ବର ୨୦ରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣାପଡ଼ିଛି । ସେଠାରୁ ସେ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ନେଇ ଆସିଥିବା ବୃହତ୍ ବେଙ୍ଗାଲୁରୁ ମହାନଗରପାଳିକା ପକ୍ଷରୁ ସୂଚନା ଦିଆଯାଇଛି ।

ମାତ୍ର ବେଙ୍ଗାଲୁରୁରେ ପହଞ୍ଚିବା ପରେ ତାଙ୍କର ଯେଉଁ ନମୁନା ନିଆଯାଇଥିଲା ତାହା ପଜିଟିଭ ବାହାରି ଥିଲା । ଏହା ପରେ ଡାକ୍ତର ଓ ପ୍ରଶାସନର ପରାମର୍ଶ କ୍ରମେ ତାଙ୍କୁ ଏକ ହୋଟେଲରେ ଏକାନ୍ତବାସରେ ରଖାଯାଇଥିଲା । ତେବେ ତାଙ୍କର ଶରୀରରେ କୌଣସି ଲକ୍ଷଣ ନଥିଲା । ତାଙ୍କ ନମୁନାକୁ ଜିନୋମ ସିକ୍ବେନସିଂ ପାଇଁ ପଠାଯାଇଥିଲା । ଇତି ମଧ୍ୟରେ ନଭେମ୍ବର ୨୩ ତାରିଖ ଦିନ ସଂପୃକ୍ତ ବ୍ୟକ୍ତି ବେଙ୍ଗାଲୁରୁର ଏକ ଘରୋଇ ଲାବରେ ପରୀକ୍ଷା କରିବା ପରେ ତାହା ନେଗେଟିଭ ଆସିଥିଲା । ଏହି ନେଗେଟିଭ ରିପୋର୍ଟକୁ ଦେଖାଇ ସେ ୨୭ ତାରିଖ ଦିନ ଦୁବାଇ ପଳାଇଯାଇଥିଲେ । କିନ୍ତୁ ଜିନୋମ ସିକ୍ବେନ୍ସିଂ ପରେ ତାଙ୍କ ରିପୋର୍ଟ ଓମିକ୍ରନ ପଜିଟିଭ ବୋଲି ଜଣାପଡ଼ିଥିଲା । ଆଜି ଏସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ସଂକ୍ରମିତ ୨ୟ ବ୍ୟକ୍ତି ଜଣକର ବୟସ ୪୬ ବର୍ଷ ଓ ସେ ମଧ୍ୟ ଏକ ଆଫ୍ରିକୀୟ ଦେଶରୁ ଫେରିଥିବା କୁହାଯାଉଛି ।

 

ସମ୍ବନ୍ଧିତ ଖବର