୪ ରାଜ୍ୟର ମୁଖ୍ୟ ବିଚାରପତିଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିବାକୁ ସୁପାରିଶ କଲା କଲେଜିୟମ୍‌

ନୂଆଦିଲ୍ଲୀ: ଦେଶର ଚାରିଟି ରାଜ୍ୟ ହାଇକୋର୍ଟରେ ବର୍ତ୍ତମାନ ମୁଖ୍ୟ ବିଚାରପତି ରୂପେ ଦାୟିତ୍ୱ ନିର୍ବାହ କରୁଥିବା ଚାରି ଜଣ ମୁଖ୍ୟ ବିଚାରପତିଙ୍କୁ ପଦୋନ୍ନତି ଦେଇ ସେମାନଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଆଜି ସୁପ୍ରିମ୍‌ କୋର୍ଟର କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟମ୍‌, ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କୃଷ୍ଣ ମୁରାରୀ, ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ଏ ରବୀନ୍ଦ୍ର ଭଟ୍ଟ ଓ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହୃଷିକେଶ ରୟଙ୍କୁ ପଦୋନ୍ନତି ଦେଇ ଏମାନଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଆଜି ସୁପ୍ରିମ୍‌ କୋର୍ଟର କଲେଜିୟମ୍‌ କେନ୍ଦ୍ର ସରକାରଙ୍କୁ ନିଜର ସୁପାରିଶ ପତ୍ର ପଠାଇଛନ୍ତି।

ସମ୍ବନ୍ଧିତ ଖବର