ରାଜ୍ୟର ସବୁ ଯୋଜନାର ସୂଚନା ମିଳିବ ଉମଙ୍ଗ ଆପ୍‌ରେ

ନୂଆଦିଲ୍ଲୀ : କେନ୍ଦ୍ର ଓ ରାଜ୍ୟସ୍ତରରେ ଚାଲିଥିବା ସମସ୍ତ ଯୋଜନା ବିଷୟରେ ଯେକୌଣସି ବ୍ୟକ୍ତି ନିଜର ମୋବାଇଲ ଫୋନ ଜରିଆରେ ସୂଚନା ପାଇପାରିବେ। ଲୋକ-କେନ୍ଦ୍ରିତ ଯେତିକି ଯୋଜନାରେ ବର୍ତ୍ତମାନ ଡିବିଟି ବ୍ୟବସ୍ଥା ରହିଛି, ସେସବୁ ଯୋଜନାକୁ ଖୁବ୍‌ଶୀଘ୍ର ଉମଙ୍ଗ ଆପ୍‌ରେ ଯୋଡିଦିଆଯିବ।‌ ନାଗରିକ-କେନ୍ଦ୍ରିତ ଯୋଜନାଗୁଡିକର ବିବରଣୀ ଉମଙ୍ଗ ଆପ୍‌ରେ ଉପଲବ୍ଧ ହେବ। କେନ୍ଦ୍ର ସରକାର ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସ‌ରରେ ୨୦୨୨ ଅଗଷ୍ଟ ୧୫ରେ ଏହାକୁ ସଂପୂର୍ଣ୍ଣରୂପେ ‌ଦେଶର ଜନସାଧାରଣଙ୍କୁ ସମର୍ପିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡିଶା ସମେତ ଦେଶର ସମସ୍ତ ରାଜ୍ୟକୁ ଏ ଦିଗରେ ସହଯୋଗ କରିବା ପାଇଁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ବାରା କ୍ରମାଗତ ଏହାର ତଦାରଖ ମଧ୍ୟ କରାଯାଉଛି। ଡିବିଟି ସଂବନ୍ଧିତ ଯୋଜନାଗୁଡିକୁ ଏହି ଆପ୍‌ରେ ଯୋଡିବାର ପ୍ରାଥମିକତା ରହିଛି, ଯାହାଦ୍ବାରା ଯୋଜନାଗୁଡିକର କ୍ରିୟାନ୍ବୟନରେ ପାରଦର୍ଶିତା ଆସିପାରିବ। ଉଲ୍ଲେଖଯୋଗ୍ୟ, ଓଡିଶାରେ ବର୍ତ୍ତମାନ ଅନେକ ଯୋଜନା ଚାଲିଛି ଯାହା ଡିବିଟିରେ ଯୋଡି ହୋଇଛି ଏବଂ ଆଉ କିଛି ‌ଯୋଜନା ରହିଛି ଯେଉଁଥିରେ ହିତାଧିକାରୀମାନଙ୍କୁ ଚେକ୍‌ ଜରିଆରେ ପଇସ‌ା ଦିଆଯାଉଛି। ଏତଦ୍‌ବ୍ୟତୀତ କେନ୍ଦ୍ର ସରକାରଙ୍କର ମଧ୍ୟ କିଛି ଯୋଜନା ରହିଛି, ଯାହା ଡିବିଟିରେ ଯୋଡିହୋଇଛି। ଖୁବ୍‌ଶୀଘ୍ର ସମସ୍ତ ଯୋଜନା ଉମଙ୍ଗ ଆପ୍‌ରେ ସାମିଲ ହୋଇଯିବ।

ସମ୍ବନ୍ଧିତ ଖବର